ଦୀପାବଳି ଭେଟି; ୫ ପ୍ରତିଶତ ବଢିଲା ଡିଏ

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀଙ୍କ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଦୀପାବଳି ଉପହାର ନେଇ ଆସିଛନ୍ତି। ବୁଧବାର ହୋଇଥିବା କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଡିଏ ୫ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଡିଏ ୧୨ ପ୍ରତିଶତ ଥିଲା ତାହା ଏବେ ବୃଦ୍ଧି ପାଇ ୧୭ ପ୍ରତିଶତ ହୋଇଛି। ତେବେ ସରକାରଙ୍କ ଏହି ପଦକ୍ଷେପ ଦ୍ଵାରା ୫୦ ଲକ୍ଷ ସରକାରୀ କରମଚାରୀଙ୍କ ଲାଭ ମିଳିବ। ଏତଦ୍ ବ୍ୟତୀତ ୬୨ ଲକ୍ଷ ପେନଶନଧାରକଙ୍କୁ ମଧ୍ୟ ଏହାର ଲାଭ ମିଳିବ। 

କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବେଦକର କ୍ୟାବିନେଟରେ ହୋଇଥିବା ନିଷ୍ପତ୍ତି ବିଷୟରେ ସୂଚନା ଦେଇ କହିଛନ୍ତି କି, ଏହା ପୂର୍ବରୁ ଡିଏ ୨-୩ ପ୍ରତିଶତ ବୃଦ୍ଧି କରାଯାଉଥିଲା। ଏହି ନିଷ୍ପତ୍ତି ଫଳରେ ସରକାରଙ୍କ ଉପରେ ୧୬,୦୦୦ କୋଟି ଟଙ୍କାର ଭାର ମଧ୍ୟ ପଡିବ। ଏହି ବର୍ଦ୍ଧିତ ଭତ୍ତା ଜୁଲାଇ ୧ରୁ ଲାଗୁ ହେବ।

ଦେଶର ସରକାରୀ କର୍ମଚାରୀଙ୍କୁ ରହିବା ଏବଂ ଖାଇବା ପାଇଁ ଦିଆଯାଉଥିବା ଅର୍ଥ ହେଉଛି ଡିଅରନେସ୍ ଆଲାଉନ୍ସ ଅର୍ଥାତ୍ ଡିଏ। ଏହି ଅର୍ଥ ସରକାରୀ କର୍ମଚାରୀ, ପବ୍ଲିକ ସେକ୍ଟରର କର୍ମଚାରୀ ଏବଂ ପେନଶନ ଧାରକଙ୍କୁ ଦିଆଯାଇଥାଏ। ଏହାକୁ କାଲକୁଲେଶନ ବେସିକ୍ ପ୍ରତିଶତ ରୂପରେ କରାଯାଏ।