୬ ରାଜ୍ୟକୁ କେନ୍ଦ୍ରର ବିପର୍ଯ୍ୟୟ ସହାୟତା: ଓଡିଶାକୁ ୧୨୮.୨୩ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ : ଓଡିଶା ସମେତ ୬ଟି ରାଜ୍ୟକୁ ସହାୟତା ରାଶି ଘୋଷଣା କରିଛି କେନ୍ଦ୍ର । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ କମିଟିରେ ୪,୩୮୧,୮୮ କୋଟି ଟଙ୍କା ଅନୁମୋଦନ କରାଯାଇଛି । ୬ଟି ରାଜ୍ୟ ହେଲା ପଶ୍ଚିମବଙ୍ଗ, ଓଡ଼ିଶା, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଏବଂ ସିକିମ୍ । ୨୦୨୦ ମସିହାରେ ଘଟିଥିବା ଘୂର୍ଣ୍ଣିବଳୟ “ଆମ୍ଫାନ୍‌” ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଏହି ଉଚ୍ଚ ସ୍ତରୀୟ କମିଟି ବସିଛି । ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନଡିଆରଏଫ) ଅଧୀନରେ ୬ଟି ରାଜ୍ୟକୁ ଅତିରିକ୍ତ କେନ୍ଦ୍ରୀୟ ସହାୟତା ଅନୁମୋଦନ କରିଛନ୍ତି । ଯାହା ଚଳିତ ବର୍ଷ ସାଇକ୍ଲୋନ୍ , ବନ୍ୟା , ଭୂସ୍ଖଳନ ଦ୍ୱାରା ପ୍ରଭାବିତ ହୋଇଥିଲା । ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠିରୁ ୬ଟି ରାଜ୍ୟକୁ ୪, ୩୮୧, ୮୮ କୋଟି ଟଙ୍କା ଅତିରିକ୍ତ କେନ୍ଦ୍ରୀୟ ସହାୟତାକୁ ଐଖଉ ଅନୁମୋଦନ କରିଛି । ଘୂର୍ଣ୍ଣିବଳୟ ‘ଆମ୍ଫାନ୍‌’ର ପାଇଁ ପଶ୍ଚିମବଙ୍ଗକୁ ୨,୨୦୭,୭୭ କୋଟି ଏବଂ ଓଡିଶା ପାଇଁ ୧୨୮.୨୩ କୋଟି ଟଙ୍କା ମଞ୍ଜୁର ହୋଇଛି । ଘୂର୍ଣ୍ଣିବଳୟ ‘ନିସର୍ଗ’ ପାଇଁ ମହାରାଷ୍ଟ୍ରକୁ ୨୬୮.୫୯ କୋଟି ଟଙ୍କା ମଞ୍ଜୁର ହୋଇଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ସମୟରେ ବନ୍ୟା ଓ ଭୂସ୍ଖଳନ ପାଇଁ କର୍ଣ୍ଣାଟକ ପାଇଁ ୫୭୭.୮୪ କୋଟି, ମଧ୍ୟପ୍ରଦେଶ ପାଇଁ ୬୧୧.୬୧ କୋଟି ଏବଂ ସିକ୍କିମ ପାଇଁ ୮୭.୮୪ କୋଟି ଟଙ୍କା ଅନୁମୋଦନ କରାଯାଇଛି । ଘୂର୍ଣ୍ଣିବଳୟ ‘ଆମ୍ଫାନ୍‌’ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୨ ମଇ ୨୦୨୦ ରେ ପଶ୍ଚିମବଙ୍ଗ ଏବଂ ଓଡିଶାର ପ୍ରଭାବିତ ରାଜ୍ୟ ଗସ୍ତ କରିଥିଲେ । ପଶ୍ଚିମବଙ୍ଗକୁ ୧୦୦୦ କୋଟି ଏବଂ ଓଡିଶାକୁ ୫୦୦ କୋଟି ଟଙ୍କା ଏହି ରାଜ୍ୟଗୁଡିକରେ ତୁରନ୍ତ ରିଲିଫ୍ କାର୍ଯ୍ୟ ପାଇଁ ୨୩ ମଇ ୨୦୨୦ରେ ପୂର୍ବରୁ ପ୍ରଦାନ କରାଯାଇଥିଲା । ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର SDRF ରୁ ୨୮ ଟି ରାଜ୍ୟକୁ ୧୫,୫୨୪ ,୪୩ କୋଟି ଟଙ୍କା ମୁକ୍ତ କରିଛନ୍ତି ।

central government give 128 cr disaster assistance to odisha