ରାଜ୍ୟଗୁଡିକୁ ୪ ଲକ୍ଷରୁ ଊର୍ଦ୍ଧ୍ୱ ପିପିଇ ଦେଲା କେନ୍ଦ୍ର, ୪.୨୯ କୋଟି ହାଇଡ୍ରୋକ୍ଲୋରୋଗୁକୁଇନ୍ ଟାବଲେଟ୍ସ

ନୂଆଦିଲ୍ଲୀ: କରୋନା ମୁକାବିଲାକୁ ନେଇ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିନରାତି କାର୍ଯ୍ୟରତ ରହିଛନ୍ତି । କେନ୍ଦ୍ର ସରକାର ଏହାରି ମଧ୍ୟରେ ରାଜ୍ୟଗୁଡ଼ିକୁ ପିପିଇ (ବ୍ୟକ୍ତିଗତ ସୁରକ୍ଷା ଉପକରଣ) ଓ ହାଇଡ୍ରୋକ୍ସିକ୍ଲୋରୋକୁଇନ ଟେବଲେଟ୍ସ ଯୋଗାଉଛନ୍ତି । କେନ୍ଦ୍ର ସରକାର ଭିନ୍ନ ଭିନ୍ନ ରାଜ୍ୟକୁ ୪ ଲକ୍ଷରୁ ଉର୍ଦ୍ଧ୍ୱ ପିପିଇ ଓ ୪.୩୯ କୋଟି ହାଇଡ୍ରୋକ୍ସିକ୍ଲୋରୋକୁଇଟ ଟାବଲେଟ୍ସ ଦେଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜଣେ ଅଧିକାରୀଙ୍କ କହିବା ଅନୁସାରେ ବିଭିନ୍ନ ରାଜ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୪ ଲକ୍ଷ ୧୨ ହଜାର ୪୦୦ ପିପିଓ ଯୋଗାଇ ଦିଆଯାଇଛି । ରାଜ୍ୟଗୁଡ଼ିକୁ ୨୫ ଲକ୍ଷ ୮୨ ହଜାର ୧୭୮ ଏନ-୯୫ ମାସ୍କ ଦିଆଯାଇଛି । ଏଥିରେ ଦେଶୀ ଓ ବିଦେଶୀ ଉତ୍ପାଦ ସାମିଲ ଅଛି ।

ଏପର୍ଯ୍ୟନ୍ତ ୪.୨୯ କୋଟି ହାଇଡ୍ରୋକ୍ସକ୍ଲୋରୋକୁଇନ ଟାବଲେଟ୍ସ ଯୋଗାଇ ଦିଆଯାଇଛି । ଏହି ଔଷଧ କରୋନା ମୁକାବିଲା ପାଇଁ କିଛି ମାତ୍ରାରେ କାମ କରୁଛି । ଏହି କାରଣରୁ ସମଗ୍ର ବିଶ୍ୱରେ ଏହି ଔଷଧର ଚାହିଦା ବଢ଼ିଛି । ସିଙ୍ଗାପୁରରୁ ୨ ଲକ୍ଷ ପିପିଇ କିଟ୍ସ ଖୁବ ଶୀଘ୍ର ଭାରତ ପହଞ୍ଚିବ ବୋଲି ଆଶା କରିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।