ଏବେ ଆଠ ଆଠ ଘଣ୍ଟା ପରିବର୍ତ୍ତେ ୯ ଘଣ୍ଟା କାମ କରିବେ ସରକାରୀ ଚାକିରୀ !

ନୂଆଦିଲ୍ଲୀ:କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ଏବେ ଆଠ ଘଣ୍ଟା ପରିବର୍ତ୍ତେ ୯ ଘଣ୍ଟା କାମ କରିବାକୁ ପଡିପାରେ । ଏଥିପାଇଁ ସରକାର ଖୁବଶୀଘ୍ର ନିୟମରେ ପରିବର୍ତ୍ତନ ଆଣିପାରନ୍ତି । କେନ୍ଦ୍ର ସରକାର ୱେଜ କୋଡ ରୁଲର ଡ୍ରାଫ୍ଟ ମଧ୍ୟ ପ୍ରସ୍ତୁତ କରିସାରିଛନ୍ତି । ଏଥିରେ ସରକାରୀ କର୍ମଚାରୀଙ୍କ କାମ କରିବାର ସମୟକୁ ଏକ ଘଣ୍ଟା ବଢାଇବା ପାଇଁ ଅନୁରୋଧ କରାଯାଇଛି । ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସମୟରେ ଆଠ ଘଣ୍ଟାର କାର‌୍ୟ୍ୟବଧିର ନିୟମ ଅନୁସାରେ ୨୬ ଦିନର କାମ ପରେ ଦରମା ଧାର‌୍ୟ୍ୟ ହୋଇଥାଏ । ଏହି ଡ୍ରାଫ୍ଟରେ ରାଷ୍ଟ୍ରୀୟ ନିନ୍ୟୁତମ ବେତନମାନର ଘୋଷଣା ସାମିଲ ହୋଇ ନାହିଁ ।

ଡ୍ରାଫ୍ଟରେ କୁହାଯାଇଛି ଯେ ଭବିଷ୍ୟରେ ଏକ ବିଶେଷଜ୍ଞ ସମିତି ନ୍ୟୁନତମ ବେତନମାନକୁ ନେଇ ଅଲଗାରେ ସରକାରଙ୍କୁ ଅନୁରୋଧ କରିବେ । ଶ୍ରମ ମନ୍ତ୍ରାଳୟର ସମସ୍ତ ସମ୍ୱନ୍ଧିତ ପକ୍ଷଙ୍କ ଠାରୁ ଏହି ଡ୍ରାଫ୍ଟ ଉପରେ ଏକ ମାସ ମଧ୍ୟରେ ପରାମର୍ଶ ଦେବାକୁ କହିଛି । ଡିସେମ୍ୱରରେ ନିୟମକୁ ଅନ୍ତିମ ରୁପ ଦିଆଯିବ ।

ପାରିଶ୍ରମିକ ଧାର‌୍ୟ୍ୟ କରିବା ପାଇଁ ସାରା ଦେଶକୁ ତିନୋଟି ଭୌଗଳିତ ବର୍ଗରେ ବିଭାଜନ କରାଯାଇଛି । ପ୍ରଥମ, ୪୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ମେଟ୍ରୋପଲିଟନ ସହର । ଦ୍ୱିତୀୟ, ୧୦ରୁ ୪୦ ଲକ୍ଷର ଜନସଂଖ୍ୟା ଥିବା ନନ-ମଟ୍ରୋପଲିଟନ ସହର ଏବଂ ତୃତୀୟ ଗ୍ରାମାଞ୍ଚଳ ।

ମିଡିଆ ରିପୋର୍ଟ ଅନୁସାରେ, ଶ୍ରମ ମନ୍ତ୍ରାଳୟର ଏକ ଆଭ୍ୟନ୍ତରୀଣ ପ୍ୟାନେଲ ଜାନୁଆରୀରେ ନିଜର ରିପୋର୍ଟରେ କହିଥିଲେ ଯେ, ଭାରତ ପାଇଁ ରାଷ୍ଟ୍ରୀୟ ନ୍ୟୁନତମ ବେତନର ଏକକ ମୂଲ୍ୟ ଜୁଲାଇ ୨୦୧୮ ସୁଦ୍ଧା ୩୭୫ ଟଙ୍କା ପ୍ରତିଦିନ ନିର୍ଦ୍ଧାରିତ କରାଯିବା ଦରକାର । ୯,୭୫୦ ଟଙ୍କାର ସର୍ବନିମ୍ନ ମାସିକ ଦରମ ସହ, ସାତ-ସଦସ୍ୟୟୀ ପ୍ୟାନେଲ ଏହା ମଧ୍ୟ ପରାମର୍ଶ ଦେଇଥିଲା ଯେ ସହରରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ୧,୪୩୦ ଟଙ୍କାର ଆବାସ ଭତ୍ତା ଦେବା ଦରକାର ।