ମୁମ୍ୱାଇ:କେନ୍ଦ୍ର ସରକାର ରାଜଧାନୀ ଦିଲ୍ଲୀର ଗାଁରେ ବାସ କରୁଥିବା ଲକ୍ଷାଧିକ ଲୋକଙ୍କ ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରାକଶ ଜାଭେଡକର ରବିବାର ଦିନ ଏକ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଦିଲ୍ଲୀ ପାଇଁ ଏକ ଐତିହାସିକ ନିଷ୍ପତ୍ତି ନେଇ ୮୮ଟି ଗାଁକୁ ସହରୀକୃତ ଗାଁ ଘୋଷଣା କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ୨୦ ଲକ୍ଷ ଲୋକଙ୍କୁ ସିଧାସଳଖ ଭାବେ ଏହାର ଲାଭ ମିଳିବ । ଏହି ଗାଁରେ ରହୁଥିବା ଲୋକଙ୍କୁ ସମସ୍ତ ପ୍ରକାର ସୁବିଧା ମିଳିବ, ପ୍ଲାନ ପାସ ହେବ, ଏଠାକର ଲୋକଙ୍କୁ ସହଜରେ ଋଣ ମଧ୍ୟ ମିଳିବ ଏବଂ ଏହାସହ ରାସ୍ତା ମଧ୍ୟ ନିର୍ମାଣ ହେବ ।
ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ମାସରେ କେନ୍ଦ୍ର ସରକାର ଏକ କ୍ୟାବିନେଟ ବୈଠକରେ ଦିଲ୍ଲୀର ଅବୈଧ କଲୋନୀରେ ରହୁଥିବା ୪୦ ଲକ୍ଷ ଲୋକଙ୍କୁ ଘରର ମାଲିକାନ ହକ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । କେନ୍ଦ୍ରମନ୍ତ୍ରୀ ହରିଦୀପ ସିଂହ ପୁରୀ କ୍ୟାବିନେଟ ବୈଠକ ପରେ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦିଲ୍ଲୀର ଅବୈଧ କଲୋନୀକୁ ବୈଧ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ସୂଚନା ଦେଇଥିଲେ । ଦିଲ୍ଲୀରେ ସମୁଦାୟ ୧,୭୯୭ ଅବୈଧ କଲୋନୀ ରହିଛି । ସରକାରଙ୍କ ଏହି ନିଷ୍ପତ୍ତି ପରେ ଏହି କଲୋନୀରେ ରହୁଥିବା ପ୍ରାୟ ୪୦ ଲକ୍ଷ ଲୋକ ଲାଭାନ୍ୱିତ ହେବେ ।