ଡାକ୍ତରଙ୍କ ସୁରକ୍ଷା ଲାଗି କେନ୍ଦ୍ର ଜାରିକଲା ଆଡଭାଇଜରି

ରାଜ୍ୟ ସରକାର କହିଲେ ଦର୍ଜମା କରି ନେବେ କାର୍ଯ୍ୟନୁଷ୍ଠାନ ଭୁବନେଶ୍ବର :  ଡାକ୍ତରଙ୍କ ସୁରକ୍ଷା ଲାଗି ଆଡଭାଇଜରି । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଆଡଭାଇଜରି  ଜାରି କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର...

ରାଜ୍ୟ ସରକାର କହିଲେ ଦର୍ଜମା କରି ନେବେ କାର୍ଯ୍ୟନୁଷ୍ଠାନ

ଭୁବନେଶ୍ବର :  ଡାକ୍ତରଙ୍କ ସୁରକ୍ଷା ଲାଗି ଆଡଭାଇଜରି । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଆଡଭାଇଜରି  ଜାରି କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସଚିବ ଜାରି କରିଥିବା ଆଡଭାଇଜରିରେ  ଡାକ୍ତର ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ  ସ୍ପେଶାଲ୍  ସିକ୍ୟୁରିଟି ବ୍ୟବସ୍ଥା ସହ ୯ଟି ପଏଣ୍ଟ ଉପରେ ଗୁରୁତ୍ବ ଦିଆଯାଇଛି । କେନ୍ଦ୍ର ସରକାର ଏହି ନିର୍ଦ୍ଦେଶନାମାର ତର୍ଜମା କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ରାଜ୍ୟ ସରକାର ।

ଡାକ୍ତରଙ୍କ ସୁରକ୍ଷା ଲାଗି କେନ୍ଦ୍ରର ଆଡଭାଇଜରି । ଦେଶରେ ଡାକ୍ତରଙ୍କ ଉପରେ ବିଭିନ୍ନ ସମୟରେ ହେଉଥିବା ଆକ୍ରମଣ ଓ ଏହାର ପ୍ରଦିବାଦରେ ଆନ୍ଦୋଳନକୁ ରୋକିବା ଲାଗି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ଜାରି କରିଛି ଏମିତି ଆଡଭାଇଜରି । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଜାରି ହୋଇଥିବା ଆଡଭାଇଜରିରେ ୯ଟି ବିଷୟକୁ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ । ଡାକ୍ତର ଓ କର୍ମଚାରୀଙ୍କ ସୁରକ୍ଷା ପାଇଁ ସ୍ପେଶାଲ ସିକ୍ୟୁରିଟି ବ୍ୟବସ୍ଥା । ହସ୍ପିଟାଲ ଗୁଡିକରେ ସିସିଟିଭି କ୍ୟାମେରା ଲଗାଇବା । ଆବଶ୍ୟକ ସ୍ଥଳେ ତୁରନ୍ତ ସୁରକ୍ଷା ଯୋଗାଇବା ଲାଗି କ୍ୟୁଇକ ଆକ୍ସନ ଟିମ ମୁତୟନ କରିବା । ସୁରକ୍ଷା ବ୍ୟବସ୍ଥା ମନିଟରିଂ ପାଇଁ ହାଇ ଟେକ୍ନୋଲୋଜି ସଂପଣ୍ଣ କଣ୍ଟ୍ରୋଲରୁମ ଖୋଲିବା । ରୋଗୀଙ୍କ ସଂପର୍କୀୟଙ୍କ ଛଡା ମେଡିକାଲ ଭିତରକୁ ଅନ୍ୟମାନଙ୍କ ପ୍ରବେଶ ଉପରେ କଟକଣାଜାରି କରିବା । ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କୁ ଦୁର୍ବ୍ୟବହାର କଲେ ତାଙ୍କ ବିରୋଧରେ ଅନୁଷ୍ଠାନ ପକ୍ଷରୁ ତୁରନ୍ତ ଏତଲା ଦେଇ ମାମଲା ରୁଜ୍ଜୁ କରିବା । ଚିକିତ୍ସା ଅବହେଳା ଅଭିଯୋଗର ତଦାରଖ ଲାଗି ନୋଡାଲ ଅଫିସର ନିଯୁକ୍ତି କରିବାକୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ରସରକାର । ଏହା ସହ ଖାଲିପଡିଥିବା ଡାକ୍ତର ଓ ଷ୍ଟାଫ ପଦବୀ ପୁରଣ କରିବାକୁ ଆଡଭାଇଜରୀରେ ଉଲ୍ଲେଖ ରହିଛି । ସେହିପରି ସହରାଞ୍ଚଳ ଅପେକ୍ଷା ଦୁର୍ଗମ ଅଞ୍ଚଳରେ କାମ କରୁଥିବା ଡାକ୍ତରଙ୍କୁ ଉନ୍ନତ ଭିତ୍ତିଭୂମି ସହ ଅତ୍ୟାଧୁନିକ ଚିକିତ୍ସା ଉପକରଣ  ଯୋଗାଇ ଦେବାକୁ  ଆଡଭାଇଜରିରେ କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ । ତେବେ କେନ୍ଦ୍ରର ଏହି ଆଡଭାଇଜରିକୁ ନେଇ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି କେନ୍ଦ୍ର ଜାରି କରିଥିବା ଆଡଭାଇଜରି ଆଗରୁ ରାଜ୍ୟ ସରକାର ଏହି ସବୁ ବିଷୟକୁ ଗୁରୁତ୍ବ ଦେଇ ଡାକ୍ତରଙ୍କ ସୁରକ୍ଷା ଲାଗି ଆଇନ ଆଣିଛନ୍ତି । ତଥାପି କେନ୍ଦ୍ର ଦେଇଥିବା ଆଡଭାଇଜରିର ତର୍ଜମା କରି ସରକାର ପଦକ୍ଷେପ ନେବେ ।

କେନ୍ଦ୍ର ସରକାରଙ୍କ ଆଡଭାଇଜରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମତକକୁ ନେଇ ପତିକ୍ରିୟା ରଖିଛନ୍ତି ବିଭିନ୍ନ ଡାକ୍ତରୀ ସଂଘ । ଓମସାର ପୂର୍ବତନ ସଭାପତି କହିଛନ୍ତି ଡାକ୍ତର ଏବେ ବି ଦେଶରେ ନିର୍ଭୟରେ ରୋଗୀ ସେବା କରିପାରୁ ନାହାନ୍ତି । ଦିନକୁ ଦିନ ଡାକ୍ତରଙ୍କ ଉପରେ ମାଡ ବଢି ବଢି ଚାଲିଛି । ସରକାର କେବଳ କାଗଜ କଲମରେ ଆଡଭାଇଜରି ଜାରି ନକରି ଡାକ୍ତରଙ୍କ ସୁରକ୍ଷା ସୁ ନିଶ୍ଚିତ କରିବା ଦରକାର । ସେପଟେ ରୋଗୀ ଅଧିକାର ମଞ୍ଚ  କହିଛି ସରକାର କେବଳ ଡାକ୍ତରଙ୍କ କଥା ନକହି ରୋଗୀଙ୍କ କଥାକୁ ବି ଦୃଷ୍ଟିଦେବା ଦରକାର । ରୋଗୀ କିପରି ସଠିକ ସେବା ପାଇବେ ସେଥିଲାଗି ଭିତ୍ତିଭୂମି ଯୋଗାଇ ଦେବା ଆବଶ୍ୟକ ।

Spread the love
Categories
ଦେଶ-ବିଦେଶବଡ ଖବର

RELATED BY