ଓଡିଶା ମୁହାଁ ବିଜେପି କେନ୍ଦ୍ରୀୟ ନେତା : ୧୫ରେ ଅମିତ,୨୦ରେ ଯୋଗୀଙ୍କୁ ମିଶାଇ ସପ୍ତାହକରେ ଆସିବେ ୭ ନେତା

ଭୁବନେଶ୍ବର : ସାଧାରଣ ନିର୍ବାଚନରେ ବିଜେପି ଟାଗେର୍ଟରେ ରହିଛି ଓଡିଶା । ମିଶନ ୧୨୦ ପ୍ଲସ ଲକ୍ଷ୍ୟ ନେଇ ଓଡିଶାରେ ସଂଗଠନ ବଢାଇ ଚାଲିଛି ଦଳ । ନିର୍ବାଚନ ଯେତିକି ପାଖେଇ ଆସୁଛି କେନ୍ଦ୍ରୀୟ ନେତାଙ୍କ ଓଡିଶା ଗସ୍ତ ସେତିକି ବଢି ବଢି ଚାଲିଛି । ଏହି କ୍ରମରେ ଆସନ୍ତା ସପ୍ତାହରେ ୭ କେନ୍ଦ୍ରୀୟ ନେତା ଓଡିଶା ଆସି ରାଜ୍ୟ ସରକାରଙଅକୁ ଗେରିବା ସହ କର୍ମୀଙ୍କୁ ମନ୍ତ୍ର ଦେବାକୁ ରଣନୀତି କରିଛି ବିଜେପି ।  ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦ ତାରିଖରେ ଆସିବେ । ଭବାନୀପାଟଣା ଓ ଖୋର୍ଦ୍ଧାର ନାଚୁଣୀରେ ଦଳୀୟ ସମାବେଶରେ ଯୋଗ ଦେବେ । 

କେନ୍ଦ୍ର ମନ୍ତ୍ରୀ ରାମକ୍ରିପାଲ ଯାଦବଙ୍କ ୧୪ ତାରିଖରେ ଟିଟିଲାଗଡ଼ ଓ ରାଉରକେଲା ଗସ୍ତର କାର୍ଯ୍ୟକ୍ରମ ଚୁଡ଼ାନ୍ତ ହୋଇଛି । ସେହିଭଳି ପୂର୍ବ ଘୋଷଣା ଅନୁସାରେ ଆସନ୍ତା ୧୫ରେ ଅମିତ ଶାହା ସମ୍ବଲପୁର ଓ ରାଜନାଥ ସିଂହ ୧୭ରେ ଭଦ୍ରକ ଆସିବାର କାର୍ଯ୍ୟ ସୂଚୀ ରହିଛି । ସେହିଭଲି ଗିରିରାଜ ସିଂହ, ମନୋଜ ସିହ୍ନା, ଅର୍ଜୁନ ମୁଣ୍ଡା ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ ।