ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ଏମ ଏଜ ଆକବରଙ୍କ ଇସ୍ତଫା। ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଥିବା ଏମ ଜେ ଆକବରଙ୍କ ନାଁରେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଆସିଥିଲା। ଦେଶରେ ଝଡ଼ ସୃଷ୍ଟି କରିଥିବା # Me Too କ୍ୟାମ୍ପେନରେ ଏମ ଜେ ଆକବରଙ୍କ ନାଁ ଆସିଥିଲା। ଜଣେ ପ୍ରତିଷ୍ଠିତ ସାମ୍ବିଦିକ ଥିବା ଏମ ଜେ ଆକବର ଏସିଆନ ଏଜ୍ ରେ ଏଡ଼ିଟର ଥିବା ବେଳେ ମହିଳାମାନଙ୍କୁ ବାରମ୍ବାର ଅସଦାଚରଣ କରିଥିବା ଅଭିଯୋଗ ଆସିଥିଲା। ଜଣଙ୍କ ପରେ ଜଣେ ୧୯ ଜଣ ମହିଳା ଏମ ଜେ ଆକବରଙ୍କ ନାଁରେ ଅଭିଯୋଗ ଆଣିଥିଲେ। ଅଭିଯୋଗ ଆସିବା ସମୟରେ ବିଦେଶ ଗସ୍ତରେ ଥିଲେ ଆକବର। ତେବେ ଦିଲ୍ଲୀ ଫେରିବା ବେଳକୁ ସେ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ହୋଇ ଆସୁଥିଲା।