ନୂଆଦିଲ୍ଲୀ : ଶୀତ ଋତୁରେ କରୋନା ଭାଇରସ ମହାମାରୀ ଲାଗି ଆମକୁ ଅଧିକ ସଚେତନ ହେବାକୁ ପଡିବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ। ସାପ୍ତାହିକ ସୋସିଆଲ ମିଡିଆ ଇଣ୍ଟରାକ୍ସନ କାର୍ଯ୍ୟକ୍ରମ ଗ୍ଧସଣ୍ଡେ ସମ୍ବାଦଗ୍ଦକୁ ସମ୍ବୋଧିତ କରି ହର୍ଷବର୍ଦ୍ଧନ ଏହା କହିଛନ୍ତି।
ସେ କହିଛନ୍ତି ଯେ କମ୍ ଆର୍ଦ୍ଦତାରେ ଏହି ଭୂତାଣୁର ବିସ୍ତାର ହୋଇଥାଏ। ଏହା ଛଡା ଶୀତ ଦିନେ ଘରେ ଲୋକଙ୍କ ଭିଡ ବଢେ ଯେଉଁଥିଲାଗି ଭୂତାଣୁ ସଂକ୍ରମଣ ବଢିବାର ଆଶଙ୍କା ମଧ୍ୟ ଅଧିକ। ଏହି ଆଲୋଚନାରେ ହର୍ଷବର୍ଦ୍ଧନ ୟୁରୋପୀୟ ଦେଶଙ୍କ ଉଦାହରଣ ମଧ୍ୟ ଦେଇଥିଲେ। ସେଠାରେ ଏବେ ଶୀତ ଋତୁ ଆସି ସାରିଥିବା ବେଳେ ଭୂତାଣୁ ଲାଗି ପରୀକ୍ଷଣ କରିବାକୁ ଆସୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ବୋଲି କହିଛନ୍ତି।
ତେବେ ଶୀତ ଋତୁରେ କରୋନା ସଂକ୍ରମଣ ବଢିବ ବୋଲି ଆଶଙ୍କାରେ ଆତଙ୍କିତ ହେବାରେ କୌଣସି କାରଣ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ସାମାଜିକ ଦୂରତା ସାଙ୍ଗକୁ ମାସ୍କ ଅଭ୍ୟସ୍ତ ହେଲେ ଭୂତାଣୁ ମୁକାବିଲାରେ କୌଣସି ଅସୁବିଧା ହେବନି ବୋଲି ସେ ଆଶାପ୍ରକାଶ କରିଛନ୍ତି। ନ୍ୟାସନାଲ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ(ଏନସିଡିସି) ଶୀତ ଋତୁରେ ଦିଲ୍ଲୀରେ ଦୈନିକ ସଂକ୍ରମଣ ହାର ୧୫ହଜାରକୁ ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରିଛନ୍ତି। ଏହା ଛଡା ଶୀତ ଋତୁରେ ନିଶ୍ୱାସପ୍ରଶ୍ୱାସ ସଂକ୍ରମଣ ଜନିତ ସ୍ୱାସ୍ଥ୍ୟଗତ ସମସ୍ୟା ବୃଦ୍ଧି ହୋଇଥାଏ। ଏଣୁ ଆଗୁଆ ସତର୍କ ହେବା ଲାଗି ସ୍ୱାସ୍ଥ୍ୟ ମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି।
ଆଗକୁ ଦେଶରେ ପାର୍ବଣ ଋତୁ। ଏଥିଲାଗି ମଧ୍ୟ ସତର୍କତା ଅବଲମ୍ବନ କରିବା ଜରୁରି ବୋଲି ସେ କହିଛନ୍ତି। କୌଣସି ଧର୍ମରେ କେହିବି ଧର୍ମାଚାର୍ଯ୍ୟ ଲୋକଙ୍କ ଜୀବନ ବିପଦରେ ପକାଇ ଉତ୍ସବ ପାଳନ କରିବା ଲାଗି କେଉଁଠାରେ ହେଲେ କହିନାହାନ୍ତି। ଭଗବାନ ମଧ୍ୟ ଭକ୍ତଙ୍କ ଜୀବନ ବିପଦରେ ପକାଇ ତାଙ୍କ ପୂଜା ହେଉ ବୋଲି ଚାହାନ୍ତିନାହିଁ। ଏଣୁ ପାର୍ବଣ ଋତୁରେ ମାସ୍କ ପିନ୍ଧି ସୋସିଆ ଡିଷ୍ଟାନସିଂ ନିୟମମାନି ସଂକ୍ରମଣରୁ ନିଜକୁ ରକ୍ଷା କରିବା ଲାଗି ଦେଶବାସୀଙ୍କୁ ନିବେଦନ କରିଛନ୍ତି।
center health minister statement on covid