ଓଡିଶାକୁ ତିତିଲି ପାଇଁ ୧୦୨୩ କୋଟି ୫୯ ଲକ୍ଷ ଟଙ୍କା ଅତିରିକ୍ତ ସହାୟତା ରାଶି ପ୍ରଦାନ କଲା କେନ୍ଦ୍ର

ଭୁବନେଶ୍ୱର : ତିତିଲି କ୍ଷୟ କ୍ଷତି ଲାଗି କେନ୍ଦ୍ର ସରକାର ଆଜି ଓଡିଶାକୁ ଅତିରିକ୍ତ ସହାୟତା ରାଶି ପ୍ରଦାନ କରିଛନ୍ତି । ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ୧୦୨୩ କୋଟି ୫୯ ଲକ୍ଷ ଟଙ୍କା ତିତ୍‌ଲି କ୍ଷୟକ୍ଷତି ଏବଂ ପୁନଃଉଦ୍ଧାର ପାଇଁ ଏନ୍‌ଡିଆରଏଫ ପାଣ୍ଠିରୁ ଏହି ଟଙ୍କା ଓଡ଼ିଶାକୁ ପ୍ରଦାନ କରାଯାଇଥିବା ଗୃହ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିତ୍‌ଲି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନଃଉଦ୍ଧାର ଓ ମରାମତି ପାଇଁ ୨,୭୮୦ କୋଟି ଦାବି କରି କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ଏପରିକି ଡିସେମ୍ବର ୬ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜନାଥଙ୍କୁ ଭେଟି ତିତ୍‌ଲି ପାଇଁ ଟଙ୍କା ମଞ୍ଜୁର କରିବାକୁ ଅନୁରୋଧ କରିଥିଲ ।
ତେବେ ଓଡ଼ିଶା ସରକାରଙ୍କ ଦାବି ଉପରେ ବିଚାର କରାଯାଇ ୧୦୨୩ କୋଟି ୫୯ ଲକ୍ଷ ଅତିରିକ୍ତ ସହାୟତା ରାଶି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଅନ୍ୟପଟେ ତିତ୍‌ଲି ପାଇଁ ଆନ୍ଧ୍ରକୁ ୫୩୯.୫୨ କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିଲା ।

ରାଜ୍ୟରେ ଆଉ ୭ଟି ଡାଏଲିସିସ ସେଣ୍ଟର କାର୍ଯ୍ୟକ୍ଷମ ହେବ : ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା