କେନ୍ଦୁଝରରେ ଓଏମବିଏଡିସି ଅର୍ଥ ଖର୍ଚ୍ଚର ତଦାରଖ କଲା ସିଇସି ଟିମ୍

କେନ୍ଦୁଝର:ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କେନ୍ଦ୍ରୀୟ ଟିମ୍ ବା ସିଇସି କେନ୍ଦୁଝର ଜିଲ୍ଲା ଗସ୍ତ କରିଛି । ଟିମର ସଦସ୍ୟମାନେ ଏଠାରେ ଓମବିଏଡିସି ପାଣ୍ଠିର ଖର୍ଚ୍ଚ ବାବଦରେ ତଦାରଖ କରିଛନ୍ତି । 

ଗତକାଲି ଟିମର ସଦସ୍ୟମାନେ ଭୁବନେଶ୍ୱରରେ ପହଁଚିଥିଲେ । ଏହାପରେ ଓମବିଏଡିସି ଅଧିକାରୀଙ୍କ ସହ ବୈଠକ କରିଥିଲେ । ବୈଠକ ପରେ ଟିମ୍ ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛି । ସେଠାରେ ଚମ୍ପୁଆର କୋଦଗାଡିଆରେ ବୃହତ ପାନୀୟ ଯୋଗାଣ ପ୍ରକଳ୍ପର ତଦାରଖ କରିଛି । 

ପ୍ରାୟ ୧ ହଜାର ୯୭ କୋଟି ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପ ଦ୍ୱାରା ୪ଟି  ବ୍ଲକର ୫୮୯ ଗ୍ରାମର ବାସିନ୍ଦା ଉପକୃତ ହେବେ । ଏହାପରେ ଟିମ୍ ଆସନ୍ତାକାଲି ମୟୂରଭଞ୍ଜ ଯାଇ ସେଠାରେ ମଧ୍ୟ ଓଏମବିଏଡିସି ଅର୍ଥର ତଦାରଖ କରିବ ।