ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ୪ ଭାରତୀୟ ଯବାନ ଆହତ

ଜମ୍ମୁ ଓ କଶ୍ମୀର:ଜମ୍ମୁ ଓ କଶ୍ମୀରର ପୁଞ୍ଛ ଜିଲ୍ଲାରେ ଥିବା ବାଲାକୋଟ ସେକ୍ଟର୍‌ରେ ପାକିସ୍ତାନୀ ସେନା ପୁଣି ଅସ୍ତ୍ର ବିରତି ଉଲ୍ଲଂଘନ କରିଛି । ବିପୁଳ ଗୁଳି ଓ ମୋର୍ଟାର୍‌ ମାଡ଼ କରାଯାଇଛି । ଭାରତୀୟ ସେନା ମଧ୍ୟ ପାକିସ୍ତାନର...

ଜମ୍ମୁ ଓ କଶ୍ମୀର:ଜମ୍ମୁ ଓ କଶ୍ମୀରର ପୁଞ୍ଛ ଜିଲ୍ଲାରେ ଥିବା ବାଲାକୋଟ ସେକ୍ଟର୍‌ରେ ପାକିସ୍ତାନୀ ସେନା ପୁଣି ଅସ୍ତ୍ର ବିରତି ଉଲ୍ଲଂଘନ କରିଛି । ବିପୁଳ ଗୁଳି ଓ ମୋର୍ଟାର୍‌ ମାଡ଼ କରାଯାଇଛି । ଭାରତୀୟ ସେନା ମଧ୍ୟ ପାକିସ୍ତାନର ଏଭଳି ହରକତର ଦୃଢ଼ ଜବାବ ଦେଇଛି । ଗୁଳି ବିନିମୟ ବେଳେ ୪ ଜଣ ଭାରତୀୟ ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେନାର ପ୍ରବକ୍ତା ଲେପ୍ଟନାଣ୍ଟ କର୍ଣ୍ଣଲ ଦେବେନ୍ଦ୍ର ଆନନ୍ଦଙ୍କ ସୂଚନା ମୁତାବକ, ପାକିସ୍ତାନ ପକ୍ଷରୁ ବାଲାକୋଟ ଓ ମେଣ୍ଡର୍‌ ସେକ୍ଟରରେ ରବିବାର ବିଳମ୍ବିତ ରାତିରେ ଗୁଳି ଚାଳନା କରାଯାଇଥିଲା । ଭାରତୀୟ ଯବାନ ଏହାର ଜବାବ ଦେଇଥିଲେ । ଏଥିରେ ଆହତ ହୋଇଥିବା ଯବାନମାନଙ୍କର ଚିକିତ୍ସା ଜାରି ରହିଥିବା ସେ କହିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଶନିବାର ଭୋରୁ ମଧ୍ୟ ସମାନ ସ୍ଥାନରେ ପାକିସ୍ତାନ ଗୁଳି ବର୍ଷା କରିଥିଲା । ରିହାୟଶୀ ଅଂଚଳକୁ ମଧ୍ୟ ଟାର୍ଗେଟ୍‌ କରାଯାଇଥିଲା । ଚଳିତ ବର୍ଷ ପାକିସ୍ତାନ ୨୦୫୦ ଥର ବିନା କାରଣରେ ଅସ୍ତ୍ରବିତରତି ଉଲଂଘନ କରିଥିବା ଗତକାଲି ଭାରତ ପକ୍ଷରୁ କୁହାଯାଇଛି । ଏଥିରେ ୨୧ ଭାରତୀୟଙ୍କ ମୃତ୍ୟୁ ହୋଇଛି । ତେବେ ପାକିସ୍ତାନର ଏଭଳି ଆଚରଣ ଯୋଗୁଁ ଘାଟିରେ ପିଲାଙ୍କ ପାଠପଢ଼ା ଉପରେ ଗଭୀର ପ୍ରଭାବ ପକାଉଛି । 

Spread the love
Categories
ଦେଶ-ବିଦେଶ

RELATED BY