ସିଡିଏ ସେକ୍ଟର ୯ରୁ କଣ୍ଟେନ୍‌ମେଣ୍ଟ୍‌ ଉଠିଲା

କଟକ: କଟକ ସିଡିଏ ସେକ୍ଟର ୯ରୁ ଉଠିଲା କଣ୍ଟେନମେଣ୍ଟ କଟକଣା। ସଂପୃକ୍ତ ଅଞ୍ଚଳରୁ ଜଣେ କରୋନା ରୋଗୀ ଚିହ୍ନଟ ହେବା ପରେ କଟକ ମହାନଗର ନିଗମ ପକ୍ଷରୁ ଜୁନ୍ ୨୮ତାରିଖରୁ ଏହାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା। ତେବେ ଆଜି ଏହାକୁ ଉଠାଇ ନିଆଯାଇଛି।

୨୭ ତାରିଖରେ ସେକ୍ଟର ୯ର ଆମ୍ବତୋଟା ଅଞ୍ଚଳରୁ ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏହାପରେ ୨୮ ତାରିଖରୁ ସେକ୍ଟର ୯ର ପ୍ଲଟ ନଂ D-47ରୁ D-49 ଯାଏ ସାମନା ରାସ୍ତା ସିଲ୍‌ କରାଯାଇଥିଲା।

ସେହିପରି ପଶ୍ଚିମରେ ପ୍ଲଟ ନଂ D-1ରୁ D-49 ସମ୍ମୁଖ ରାସ୍ତା, ଉତ୍ତରରେ ପ୍ଲଟ ନଂ D-1ରୁ B-34 ଯାଏ ଆମ୍ବତୋଟା ରାସ୍ତା, ପୂର୍ବରେ ପ୍ଲଟ ନଂ B-35ରୁ A-46 ଯାଏ ଅଞ୍ଚଳକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା।