ନୂଆଦିଲ୍ଲୀ : ଦେଶରେ ବଢ଼ୁଥିବା କରୋନା ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ୍ ଘୋଷଣା କରାଯାଇଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ଅନୁଷ୍ଠିତ ହେବା ପରେ ଏପରି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ସିବିଏସ୍ଇ ଅଧ୍ୟକ୍ଷଙ୍କ ସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ପ୍ରକାଶ ଜାଭଡ଼େକର ମଧ୍ୟ ସାମିଲ୍ ରହିଥିଲେ ।
ସିବିଏସ୍ଇ ଏବଂ କାଉନ୍ସିଲ୍ ଫର୍ ଦ ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକ୍ଜାମିଶନ୍ ବା ସିଆଇଏସ୍ସିଇର ଦ୍ୱାଦଶ ଶ୍ରେଣୀ ପରୀକ୍ଷା କୋଭିଡ୍ ସମୟରେ ବାତିଲ୍ କରିବାକୁ ପୂର୍ବରୁ ଦାବି କରାଯାଉଛି । ଏହାକୁ ଏନେଇ ପରୀକ୍ଷାର୍ଥୀ ଚିନ୍ତାରେ ରହିଛନ୍ତି ।
କରୋନା ସଙ୍କଟକୁ ଦୃଷ୍ଟିରେ ରଖି ସିବିଏସ୍ଇ ଗତ ଏପ୍ରିଲ୍ରେ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ପରୀକ୍ଷାକୁ ସ୍ଥଗିତ ରଖିଥିଲା । ୨୩ ମେ ରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚ ସ୍ତରୀୟ ବୈଠକ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଏକ ଭିଡିଓ ମେସେଜ୍ ଜାରି କରିଥିଲେ । ସେ ଏଥିରେ ଜୁନ୍ ୧ କିମ୍ୱା ଏହାର ପୂର୍ବରୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ । ତେବେ ବସିଥିବା ବୈଠକରେ କେଉଁ ନିଷ୍ପତ୍ତି ନିଆଯାଉଛି ସେ ନେଇ ପରିକ୍ଷାର୍ଥୀ ଚାହିଁ ରହିଛନ୍ତି ।