ଫେବୃୟାରୀ ୧୫ରୁ ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏଇ)ର ଦଶମ ଓ ଦ୍ୱାଦଶ ପରୀକ୍ଷା ଫେବୃୟାରୀ ୧୫ରୁ ଆରମ୍ଭ ହେବାକୁ ନେଇ ଘୋଷଣା ହୋଇଛି ।

ଫେବୃଆରୀ ୧୫ ରୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ  ଦଶମ ଶ୍ରେଣୀ ପରୀକ୍ଷା ହେବାକୁ ଥିବା ବେଳେ ସିବିଏସଇ ଦ୍ଵାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଚାଲିବ। ଗତ ବର୍ଷ ଦଶମ ପରୀକ୍ଷା ମାର୍ଚ୍ଚ ୭ରୁ  ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ସେହି ପରି ଦ୍ଵାଦଶ ବୋର୍ଡ ପରୀକ୍ଷା ମାର୍ଚ୍ଚ ୨ରୁ ଏପ୍ରିଲ ୨ ପର୍ଯ୍ୟନ୍ତ ଆୟୋଜିତ  ହୋଇଥିଲା।

ଏଥର ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହେବ। ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନ ପତ୍ର ପଢ଼ିବାକୁ ୧୫ ମିନିଟର ସମୟ ଦିଆଯିବ। ପରୀକ୍ଷାରେ ଉତୀର୍ଣ୍ଣ ହେବା ପାଇଁ ଛାତ୍ରଙ୍କୁ ବିଷୟ ଓ ପ୍ରାକ୍ଟିକାଲ ଉଭୟ ପରୀକ୍ଷାରେ ପାସ୍ କରିବାକୁ ପଡ଼ିବ। ୩୩ ପ୍ରତିଶତ ନମ୍ବର ରଖିଲେ ଯାଇ ଛାତ୍ର ପରୀକ୍ଷାରେ କୃତକାର୍ଯ୍ୟ ହେବେ।

ଏଥର ସିବିଏସଇ ଦଶମ ଓ ଦ୍ଵାଦଶ ଶ୍ରେଣୀର ପାଠ୍ୟକ୍ରମରେ କିଛିଟା ପରିବର୍ତନ ହୋଇଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କହିଛନ୍ତି ସିବିଏସଇ ଛାତ୍ରଙ୍କ ଚିନ୍ତାଧାରା ଓ ତର୍କ କ୍ଷମତାକୁ ବଢ଼ାଇବା ଲାଗି ୨୦୧୯-୨୦ ଶିକ୍ଷା ବର୍ଷରେ ଦଶମ ଓ ଦ୍ଵାଦଶ ଶ୍ରେଣୀରେ ପାଠ୍ୟ ଖସଡ଼ାରେ ପରିବର୍ତନ କରାଯାଇଛି।