୧ରୁ ୧୫ ଜୁଲାଇ ମଧ୍ୟରେ ହେବ ସିବିଏସଇର ଦଶମ ଓ ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ: ସିବିଏସ୍ଇ ବୋର୍ଡ ଦ୍ୱାଦଶ ପରୀକ୍ଷା ପାଇଁ ପରୀକ୍ଷା ତାରିଖ ପ୍ରକାଶ କରିଛି। କରୋନା କାରଣରୁ ଏହି ପରୀକ୍ଷା ସ୍ଥଗିତ ରଖାଯାଇଥିବାବେଳେ ଏବେ ଦ୍ୱାଦଶ ପରୀକ୍ଷା ଜୁଲାଇ ୧ ରୁ ଜୁଲାଇ ୧୫ ମଧ୍ୟରେ ହେବ । ଏହା ସହିତ ଜୁଲାଇ ୧ ରୁ ଜୁଲାଇ ୧୫ ପର୍ଯ୍ୟନ୍ତ ଉତର-ପୂର୍ବ ଦିଲ୍ଲୀରେ ସିବିଏସଇ ଦଶମ ପରୀକ୍ଷା ଅନୁଷ୍ଠିତ ହେବ।

ସିବିଏସଇ ବୋର୍ଡ ପକ୍ଷରୁ ପରୀକ୍ଷାର୍ଥୀଙ୍କ ପାଇଁ କିଛି ନିୟମ ଜାରି କରାଯାଇଛି :

-ସମସ୍ତ ପରୀକ୍ଷାର୍ଥୀ ନିଜ ସାଙ୍ଗରେ ଛୋଟ ବୋତଲରେ ସାନିଟାଈଜର ଆଣି ଆସିବେ
-ସବୁ ପରୀକ୍ଷାର୍ଥୀ ମୁହଁରେ ମାସ୍କ ପିନ୍ଧିବେ
-ଅଭିଭାବକମାନେ ସେମାନଙ୍କ ଘର ପାଖରେ କେହି କରୋନା ପଜିଟିଭ ଚିହ୍ନଟ ହୋଇନଥିବା ସ୍ପଷ୍ଟ କରିବେ
-ସବୁ ପରୀକ୍ଷାର୍ଥୀ ସାମାଜିକ ଦୂରତ୍ବକୁ ଅନୁସରଣ କରିବେ

ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ପରୀକ୍ଷା ତାରିଖ ସେୟାର କରିଥିବାବେଳେ ଲକଡାଉନ ଯୋଗୁଁ ସିବିଏସ୍ଇ ବୋର୍ଡ ମାର୍ଚ୍ଚ ମାସରେ ହେବାକୁ ଥିବା ପରୀକ୍ଷାକୁ ବାତିଲ କରିଦେଇଥିଲା । ଏହା ପରେ ସିବିଏସ୍ଇ ସଚିବ ଅନୁରାଗ ତ୍ରିପାଠୀ ଦ୍ୱିତୀୟ ଲକଡାଉନ ସମୟରେ ଦଶମ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ ନାହିଁ ବୋଲି ଘୋଷଣା କରିଥିଲେ। କିନ୍ତୁ ଦ୍ୱାଦଶ ବୋର୍ଡର ଅବଶିଷ୍ଟ ପରୀକ୍ଷା ମଧ୍ୟରୁ ୨୯ ଟି ମୁଖ୍ୟ ବିଷୟର ପରୀକ୍ଷା ଅନୁଷ୍ଠିତ ହେବ । ଏହି ମୁଖ୍ୟ ବିଷୟଗୁଡ଼ିକ ହେଉଛି ସେହି ବିଷୟ ଯାହା ମାଧ୍ୟମରେ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ସ୍ତରରେ ଆଡମିଶନ ମିଳିଥାଏ | ଅନେକ ବିଶ୍ୱବିଦ୍ୟାଳୟ ମେରିଟ୍ ଆଧାରରେ ଆଡମିଶନ ନିଅନ୍ତି ଯେଉଁଠାରେ ଏହି ବିଷୟଗୁଡ଼ିକର ମାର୍କ ଅନିବାର୍ଜ୍ୟ ହୋଇଥାଏ । ଅନ୍ୟପକ୍ଷରେ, ଯେଉଁ ପରୀକ୍ଷାଗୁଡିକ ସରିଯାଇଥିଲା ସିବିଏସ୍ଇ ସେହି ପରୀକ୍ଷାଗୁଡ଼ିକର ଉତ୍ତରଖାତା ଗୁଡ଼ିକର ମୂଲ୍ୟାଙ୍କନ ଆରମ୍ଭ କରିସାରିଛି । ଏହି ମୂଲ୍ୟାଙ୍କନ ସମାପ୍ତ ହେବାକୁ ୫୦ ଦିନ ଲାଗିପାରେ।