ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ

ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏନେଇ ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ଟ୍ୱିଟ କରି ସୂଚନା ଦେଇଛନ୍ତି। cbseresults.nic.in ପିଲାମାନେ ନିଜର ରେଜଲ୍ଟ ଦେଖିପାରିବେ।

ଚଳିତ ବର୍ଷ ସର୍ବଭାରତୀୟ ସ୍ତରରେ ପାସ୍‌ ହାର ୮୮.୭୮% ରହିଛି। ଗତବର୍ଷ ପାସ ହାର ୮୩.୪୦% ରହିଥିଲା। ଅର୍ଥାତ ୨୦୨୦ ବର୍ଷରେ ଅଧିକ ୫.୩୮% ଭଲ ରେଜଲ୍ଟ ହୋଇଛି।

ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି। ଛାତ୍ରଙ୍କ ପାସ ହାର ୮୬.୧୯% ଥିବା ବେଳେ ଛାତ୍ରୀଙ୍କ ପାସହାର ୯୨.୧୫% ରହିଛି। ତୃତୀୟ ଲିଙ୍ଗଙ୍କ ପାସ ହାର ୬୬.୬୭% ରହିଛି।

ଫଳ ସୂଚାନ ଅନୁଯାୟୀ ଭୁବନେଶ୍ୱର ରିଜିଓନରେ ପାସ୍‌ ହାର ୯୧.୪୬% ରହିଛି। ତ୍ରିଭେନ୍ଦ୍ରମ ରିଜିଓନରେ ସର୍ବାଧିକ ୯୭.୬୭% ରେଜଲ୍ଟ ହୋଇଛି। ନବୋଦୟ ସ୍କୁଲରେ ସର୍ବାଧିକ ୯୮.୭୦%, କେନ୍ଦ୍ରୀୟ ବିଦ୍ୟାଳୟରେ ୯୮.୬୨% ଓ ଘରୋଇ ବିଦ୍ୟାଳୟର ୮୮.୨୨% ପିଲା ପାସ୍‌ କରିଛନ୍ତି।

ମନ୍ତ୍ରୀ କହିଛନ୍ତି, “ପ୍ରିୟର ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ। ସିବିଏସଇ ଆଜି ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ କରିଛି। ସମସ୍ତେ cbseresults.nic.inରେ ନିଜର ରେଜଲ୍ଟ ଜାଣି ପାରିବେ। ରେଜଲ୍ଟ ପ୍ରକାଶ କରିବା ପ୍ରକ୍ରିୟାରେ ଲାଗିଥିବା ସମସ୍ତ ସଦସ୍ୟଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି।”