ରାଜୀବ କୁମାରଙ୍କୁ ଜେରା ପାଇଁ ସିବିଆଇର ସମନ

ନୂଆଦିଲ୍ଲୀ : ଶାରଦା ଚିଟ୍‍ଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇ କଲକାତାର ପୂର୍ବତନ ପୁଲିସ କମିଶନର ରାଜୀବ କୁମାରଙ୍କୁ ଜେରା କରିବାପାଇଁ ସମନ୍‍ ଜାରି କରିଛି। ପଶ୍ଚିମବଙ୍ଗ ସରକାର ତାଙ୍କୁ ସିଆଇଡିର ଅତିରିକ୍ତି ମହାନିର୍ଦ୍ଦେଶକ ଭାବେ ପୁନଃ ଅବସ୍ଥାପିତ କରିବା ପରେ ସିବିଆଇ ଏହି ସମନ ଜାରି କରିଛି ।

ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ସିବିଆଇର ଏକ ଚାରି ଜଣିଆ ଦଳ କଲକାତାସ୍ଥିତ ତାଙ୍କ ବାସଭବନକୁ ଯାଇ ତାଙ୍କୁ ଏହି ନୋଟିସ୍‍ ଦେଇଛନ୍ତି। ତାଙ୍କୁ ଫୋନ୍‍ କରାଯିବା ପରେ ତାଙ୍କ ସହ ଯୋଗାଯୋଗ ନ ହେବାରୁ ତାଙ୍କୁ ଏଭଳି ନୋଟିସ୍‍ ଦିଆଯାଇଛି। ସେ ଦେଶ ଛାଡ଼ି ବାହାରକୁ ଚାଲି ନ ଯିବାପାଇଁ ସମସ୍ତ ବିମାନ ବନ୍ଦର ଓ ଦେଶାନ୍ତର କର୍ତ୍ତୃପକ୍ଷମାନଙ୍କୁ ସତର୍କତା ଜାରି କରାଯାଇଛି।