ଦେଶବ୍ୟାପୀ ସିବିଆଇର ଚଢ଼ାଉ

ନୂଆଦିଲ୍ଲୀ: ସିବିଆଇ ପୁଣି ଥରେ ଆକ୍ସନ୍‌ ମୁଡ଼ରେ ଆସିଛି । ସିବିଆଇ ଆଜି ଦେଶବ୍ୟାପୀ ଚଢ଼ାଉ କରିଛି । ପ୍ରାୟ ୧୯ଟି ରାଜ୍ୟର ୧୧୦ଟି ସ୍ଥାନରେ ଚଢ଼ାଉ କରାଯାଉଛି । ଦୁର୍ନୀତି, ଭ୍ରଷ୍ଟାଚାର ଓ ହେରଫେର ଭଳି ୩୦ ଭିନ୍ନ...

ନୂଆଦିଲ୍ଲୀ: ସିବିଆଇ ପୁଣି ଥରେ ଆକ୍ସନ୍‌ ମୁଡ଼ରେ ଆସିଛି । ସିବିଆଇ ଆଜି ଦେଶବ୍ୟାପୀ ଚଢ଼ାଉ କରିଛି । ପ୍ରାୟ ୧୯ଟି ରାଜ୍ୟର ୧୧୦ଟି ସ୍ଥାନରେ ଚଢ଼ାଉ କରାଯାଉଛି । ଦୁର୍ନୀତି, ଭ୍ରଷ୍ଟାଚାର ଓ ହେରଫେର ଭଳି ୩୦ ଭିନ୍ନ ଭିନ୍ନ ମାମଲା ଜଡ଼ିତ ରହିଛି ।

ସିବିଆଇ ନିକଟରେ କମ୍ପାନୀ, ଫାର୍ମ, ପ୍ରମୋଟର୍ସ, ଡାଇରେକ୍ଟର୍‌, ବ୍ୟାଙ୍କ ଓ ଅଧିକାରୀଙ୍କ ବିରୋଧରେ ପ୍ରାୟ ୩୦ ନୂଆ ମାମଲା ରୁଜୁ ହୋଇଛି । ମୁମ୍ବାଇ, ଦିଲ୍ଲୀ, ଏନ୍‌ସିଆର୍‌, ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶରେ ଚଢ଼ାଉ ଚାଲିଛି । ମୋଦୀ ସରକାର ଦ୍ୱିତୀୟ ଥର ଶାସନକୁ ଆସିବା ପରେ ଏହା ହେଉଛି ସବୁଠାରୁ ବଡ଼ କାର୍ୟ୍ୟା ନୁଷ୍ଠାନ ।

ଜୁଲାଇ ୨ରେ ସିବିଆଶ ୧୨ଟି ରାଜ୍ୟରେ ୫୦ ସହରରେ ପୃଥକ ପୃଥକଭାବେ ଚଢ଼ାଉ କରିଥିଲା । ଏହା ୧୬ଟି ନୂଆ ବ୍ୟାଙ୍କ ହେରଫେର ସହିତ ଜଡ଼ିତ ଥିଲା । ଦିଲ୍ଲୀ, ମୁମ୍ବାଇ, ଲଧିୟାନା, ଥାଣେ, ପୁଣେ, ବାଲସାଡ, ପଲନୀ., ଗୟା, ଗୁରୁଗ୍ରାମ., ଚଣ୍ଡୀଗଡ଼, ଭୋପାଳ, ସୁରତ, କୋଲାର ଓ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରାଯାଇଥିଲା । ସେହିପରି ଗତ ଜୁନ ୬ରେ ସିବିଆଇ ଏକ ବଡ଼ ପଦକ୍ଷେପ ନେଇ ଆଇଆର୍‌ଏସ୍‌ ଅଧିକାରୀ ସଞ୍ଜୟ କୁମାର ଶ୍ରୀବାସ୍ତବଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ।

Spread the love
Categories
ଦେଶ-ବିଦେଶ

RELATED BY