କରୋନାକୁ ନେଇ କ୍ରାଇମବ୍ରାଂଚର ଆଡଭାଇଜରି ଜାରି

ଭୁବନେଶ୍ୱର: କରୋନାକୁ ନେଇ ଆଡଭାଇଜରି ଜାରି କରିଛି କ୍ରାଇମବ୍ରାଂଚ । କରୋନା ମହାମାରୀ ଆଧାରିତ ମିଥ୍ୟା ଖବର ଓ ଗଜବ ପ୍ରଚାର ସଂକ୍ରାନ୍ତରେ ଜନସାଧାରଣଙ୍କୁ ସଚେତନତା କରାଇବାକୁ ଏହି ଆଡଭାଇଜରି ଜାରି କରିଛି ।

କରୋନାଭାଇରସ୍ ସମ୍ପର୍କରେ କୌଣସି ଭିତିହୀନ ତଥା ବିଭ୍ରାନ୍ତିକର ତଥ୍ୟ ଦେବାକୁ ଏହି ପରାମର୍ଶନାମାରେ କୁହାଯାଇଛି। ଏହାଛଡ଼ା ଏଥିରେ କୁହାଯାଇଛି ଯେ କରୋନାଭାଇରସ୍ ସମ୍ବନ୍ଧୀୟ କୌଣସି ଫେକ୍ ୱେବସାଇଟ୍/ଇ-ମେଲ୍ ଆକାଉଂଟ ଖୋଲାଯାଇ ପାରିବ ନାହିଁ।

ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ କରୋନାଭାଇରସ୍ ନାଁରେ ନକଲି ଟିକା, ସାନିଟାଇଜର ମଧ୍ୟ ବିକ୍ରୟ କରାଯାଇ ପାରିବ ନାହିଁ। କରୋନା ସ୍ପେସାଲ୍ ଅଫର୍ ନାଁରେ ଅନଲାଇନ୍‌ ବିକ୍ରି ଉପରେ କଟକଣା ଲାଗୁ ହୋଇଛି। ହ୍ୱାଟର୍ସଆପ୍/ଟେଲିଗ୍ରାମ୍ ଜରିଆରେ କରୋନାଭାଇରସ୍ ସମ୍ବନ୍ଧୀୟ ତଥ୍ୟ ପ୍ରଦାନ କରିବା ମନା ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ଏହା ବ୍ୟତିରେକେ ଏଥିରେ କୁହାଯାଇଛି ଯେ ବିଶ୍ୱସନୀୟ ସଂସ୍ଥା ତଥା ସରକାରୀସ୍ତରୀୟ ନିର୍ଭୁଲ ତଥ୍ୟ ଅନୁସରଣ କରନ୍ତୁ। ଏହି ସମୟରେ ସାଇବର୍ ‌ଠକେଇରୁ ଦୂରେଇ ରହିବାକୁ ପରାମର୍ଶ ଦିଆ ଯାଇଛି।