ଆଜି ଚିଦାମ୍ବରମଙ୍କ ଜାମିନ ଆବେଦନର ଶୁଣାଣୀ

ନୂଆଦିଲ୍ଲୀ:ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ଅନ୍ତରୀଣ ଜାମିନ୍‌ର ଆଜି ଶୁଣାଣୀ ହେବ । ସଲିସିଟର୍‌ ଜେନେରାଲ ତୁଷାର ମେହେତାଙ୍କ ଅନୁରୋଧ କ୍ରମେ ବିଚାରପତି ଆର୍‌ ଭାନୁମତି ଓ ବିଚାରପତି ଏ ଏସ୍‌ ବୋପନ୍ନାଙ୍କ ଖଣ୍ଡପୀଠ ଶୁଣାଣୀ କରିବାକୁ କହିଛନ୍ତି । ଫଳରେ ଗୁରୁବାର ପରିବର୍ତ୍ତେ ମଙ୍ଗଳବାର ଅପରାହ୍ନ ସାଢ଼େ ୩ଟାରେ ସିବିଆଇ ଅଦାଲତରେ ଶୁଣାଣୀ କରାଯିବ ।

ଆଇଏନ୍‌ଏକ୍ସ ଦୁର୍ନୀତି ଚିଦମ୍ବରମଙ୍କ ଚିଦମ୍ବରମଙ୍କ ହାଜତ ଅବଧିକୁ ସୁପ୍ରିମକୋର୍ଟ ଗୁରୁବାର ପର୍ଯ୍ୟନ୍ତ ବଢ଼ାଇଥିବାରୁ ସେ ଜେଲ୍‌ ଯିବାରୁ ସାମୟିକ ଭାବେ ବର୍ତ୍ତିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଚିଦମ୍ବରମ ତଳ କୋର୍ଟରେ ପୁଣି ଜାମିନ ଆବେଦନ କରିଛନ୍ତି । ଚିଦମ୍ବରମଙ୍କ ପକ୍ଷରୁ ଓକିଲ କପିଲ ସିବଲ ଜାମିନ ଆବେଦନ ଦାଖଲ କରିଛନ୍ତି । ସିବିଆଇ କୋର୍ଟର ସ୍ୱତନ୍ତ୍ର ବିଚାରପତି ଅଜୟ କୁମାର କୁହାଡ଼ ଜାମିନ ଆବେଦନର ଶୁଣାଣି କରିବେ ।

ଏହି ମାମଲାରେ ସୋମବାର ଆଇନଜୀବୀ ସିବଲ ୭୪ ବର୍ଷୀୟ ଚିଦମ୍ବରମଙ୍କୁ ଜେଲ୍‌ ନ ପଠାଇ ଗୃହ ବନ୍ଦୀ ଭାବେ ରଖିବାକୁ ସିବଲ ଯୁକ୍ତି କରିଥିଲେ । ତେବେ ସେ ତିହାର ଜେଲ୍‌ ଯିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଯଦି ତଳ ଅଦାଲତ ଜାମିନ ଖାରଜ କରନ୍ତି ତାହା ହେଲେ ଗୁରୁବାର ପର୍ଯ୍ୟନ୍ତ ତାଙ୍କୁ ସିବିଆଇ ହେପାଜତରେ ରଖିବାକୁ କୋର୍ଟ କହିଛନ୍ତି ।