ଉନ୍ନାଓ ଗଣଦୁଷ୍କର୍ମ ମାମଲା: ୨୦ରେ ଅଭିଯୁକ୍ତ କୁଳଦୀପ ସେଙ୍ଗର ଦଣ୍ଡ ଶୁଣାଣି

ନୂଆଦିଲ୍ଲୀ: ଉନ୍ନାଓ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ କୁଳଦୀପ ସିଂହ ସେଙ୍ଗରଙ୍କ ଦଣ୍ଡ ବିଧାନ ଶୁଣାଣି ୨୦କୁ ହୋଇଛି । ତେବେ ପୂର୍ବରୁ ୧୯ ତାରିଖ ଥିବାବେଳେ ଏବେ ତାହା ଘୁଂଚାଇ ଦିଆଯାଇଛି ।

ସିବିଆଇ କହିଛି ଯେ ଯଦି ଏଭଳି ଦୋଷୀଙ୍କୁ କୌଣସି ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆ ନଯାଏ, ତା’ହେଲେ ଏହା ସମାଜକୁ ଏକ ଭୁଲ ବାର୍ତ୍ତା ଦେବ। ତେଣୁ ତାଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି ସିବିଆଇ ଯୁକ୍ତି କରିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଧାୟକ ସେନଗାର ଗରିବ ଓ ସେ ପୀଡ଼ିତାଙ୍କୁ କ୍ଷତିପୂରଣ ଅର୍ଥ ଦେଇ ପାରିବେ ନାହିଁ ବୋଲି ତାଙ୍କ ଓକିଲ ଯୁକ୍ତି ବାଢ଼ିଛନ୍ତି। କୋର୍ଟ ଦଣ୍ଡବିଧାନ ଦିନ ଏହା ଉପରେ ନିଷ୍ପତି ନେବେ।