ପ୍ରସିଦ୍ଧ ଭାରତ ନାଟ୍ୟମ୍ ନୃତ୍ୟଶିଳ୍ପୀ ଲୀଲା ସାମସନଙ୍କ ନାମରେ ମାମଲା ରୁଜୁ

ନୂଆଦିଲ୍ଲୀ: ପ୍ରସିଦ୍ଧ ଭାରତ ନାଟ୍ୟମ୍ ନୃତ୍ୟଶିଳ୍ପୀ ତଥା ପୂର୍ବତନ ସଙ୍ଗୀତ ନାଟକ ଏକାଡେମୀ ଅଧ୍ୟକ୍ଷ ଲୀଲା ସାମସନଙ୍କ ନାମରେ ମାମଲା ରୁଜୁ ହୋଇଛି । ଏହି ମାମଲା ସିବିଆଇ ରୁଜୁ କରିଛି ।  ଚେନ୍ନାଇଠାରେ କଳାକ୍ଷେତ୍ର ଫାଉଣ୍ଡେସନ୍‌ର କୂଥାମ୍ବଲମ୍‌ ଅଡିଟୋରିଅମ୍‌ ପୁନରୁଦ୍ଧାରରେ ଦୁର୍ନୀତି ହୋଇଥିବା ନେଇ ଏହି ମାମଲା ରୁଜୁ କରାଯାଇଛି। ଏହି ବାବଦକୁ କରାଯାଇଥିବା ଖର୍ଚ୍ଚରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହେବାପରେ ଏହି ମାମଲା ହୋଇଛି।

ସାମସନ୍‌ ଜଣେ ପଦ୍ମଶ୍ରୀ ସମ୍ମାନୀତ ପ୍ରତିଭା ଏବଂ ଜାତୀୟ ଫିଲ୍ମ ସାର୍ଟିଫିକେସନ୍‌ ବୋର୍ଡର ପୂର୍ବତନ ଅଧ୍ୟକ୍ଷ। ତାଙ୍କ ସହ ଏହି ମାମଲାରେ ଚିଫ୍‌ ଆକାଉଂଟସ୍‌ ଅଫିସର ଟିଏସ୍‌ ମୂର୍ତ୍ତି, ଆକାଉଂଟସ୍‌ ଅଫିସର ଏସ୍‌ ରାମଚନ୍ଦ୍ରନ୍‌, ଇଞ୍ଜିନିୟରିଂ ଅଫିସର ଭି ଶ୍ରୀନିବାସନ୍‌ ଏବଂ କାର୍ଡ ଆଣ୍ଡ ଚେନ୍ନାଇ ଇଞ୍ଜିନିୟର୍ସର ମୁଖ୍ୟ ଆଦିଙ୍କ ନାମରେ ମାମଲା ରୁଜୁ କରାଯାଇଛି।

ସଂସ୍କୃତି ମନ୍ତ୍ରଣାଳୟର ମୁଖ୍ୟ ଭିଜଲଶନ୍ସ ଅଧିକାରୀ ଅଭିଯୋଗ ଆଣିଛନ୍ତି, ଜେନେରାଲ ଫାଇନାନ୍ସ ରୁଲ୍ସ ଅନୁସରଣ ନକରି କନସଲଟାଂଟ ଆର୍କିଟେକ୍ଟ କାର୍ଡକୁ କାମ ଦିଆଯାଇଥିଲା।