ଦେଖନ୍ତୁ କ୍ୟାଟଙ୍କ କିସ ଭିଡିଓ : ମୋତେ ଯିଏ ପ୍ରଥମେ କିସ କରିଛନ୍ତି ସିଏ ଭାଗ୍ୟବାନ, କାହିଁକି ଏମିତି କହିଲେ କ୍ୟାଟ୍ରିନା

ମୁମ୍ବାଇ : ଫିଲ୍ମୀ ଜିରୋକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହି ସିନେମାରେ ସାହାରୁଖ ଓ କ୍ୟାଟ୍ରିନାଙ୍କ କେମଷ୍ଟ୍ରିକୁ ଦେଖିବାକୁ ପାଇବେ ଦର୍ଶକ । ତେବେ ବଲିଉଡରେ ରୋମାନ୍ସ କିଙ୍ଗ ବୋଲ୍ଉଥିବା ଶାହାରୁଖ ପୂର୍ୱରୁ କ୍ୟାଟ୍ରିନଙ୍କ ସହ ପରଦାରେ ରୋମାନ୍ସ କରିସାରିଛନ୍ତି । ଆଉ କ୍ୟାଟ୍ରିନାଙ୍କ ରୋମାନ୍ସ କରିବାରେ ମଧ୍ୟ କିଙ୍ଗ ଖାନଙ୍କର ଅଭୁଲା ଅନୁଭୁତି ରହିଛି । ଯାହାକୁ ଶାହାରୁଖ କେବେ ବି ଭୁଲି ପାରି ନାହାନ୍ତି । ଏମିତିକି ସାହାରୁଖ କୈଣସି ହିରୋଇନଙ୍କୁ ଚୁମ୍ବନ ଦେଇ ନଥିବାବେଳେ ୨୦୧୨ରେ ପ୍ରଥମେ ଥର କ୍ୟାଟ୍ରିନାଙ୍କ ଓଠକୁ କିସ କରିଥିଲେ । ଏହି ଦୃଶ୍ୟ ସେତେବେଳେ ବେଶ ଚର୍ଚ୍ଚା ହୋଇଥିଲା ।

ପ୍ରଥମେ ସେ ‘ଜବ୍‌ ତକ୍‌ ହୈ ଜାନ୍‌’ ଚଳଚ୍ଚିତ୍ରରେ ଅଭିନେତ୍ରୀ କ୍ୟାଟ୍ରିନାଙ୍କୁ ଚୁମ୍ବନ ଦେବା ଖବର ଚାରିଆଡ଼େ ବେଶ୍‌ ଚର୍ଚ୍ଚା ପାଲଟିଥିଲା। ନିକଟ ଭବିଷ୍ୟତରେ ଦର୍ଶକମାନେ ଏହି ଯୋଡ଼ିଙ୍କୁ ‘ଜିରୋ’ ଚଳଚ୍ଚିତ୍ରରେ ଦେଖିବାକୁ ପାଇବେ।

ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିନେତ୍ରୀ କ୍ୟାଟ୍ରିନାଙ୍କୁ ପଚରା ଯାଇଥିବା ଏକ ଅଖାଡୁଆ ପ୍ରଶ୍ନର ଖୁବ୍‌ ଚତୁରତାର ସହ ଉତ୍ତର ଦେଇଛନ୍ତି କ୍ୟାଟ୍‌। କିଙ୍ଗ୍‌ଖାନ୍‌ ପ୍ରଥମେ ତାଙ୍କୁ ‘କିସ୍‌’ ଦେଇଥିବାରୁ ସେ ନିଜକୁ ଭାଗ୍ୟବତୀ ବୋଲି ଭାବନ୍ତି କି? ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ କ୍ୟାଟ୍‌ କହନ୍ତି, ‘ନାଁ, ମୁଁ ଭାଗ୍ୟବତୀ ନୁହେଁ। ବରଂ ମୋତେ ‘କିସ୍‌’ କରିଥିବାରୁ ସେ ଭାଗ୍ୟବାନ।’
ସେହି ଉତ୍ସବରେ କ୍ୟାଟ୍‌ ନିଜର ବଲିଉଡ୍‌ କ୍ୟାରିୟର୍‌ ସଂପର୍କରେ ବି କଥା ହୋଇଛନ୍ତି। ‘ମେନେ ପ୍ୟାର୍‌ କିୟୁଁ୍ୟ କିୟା’ରୁ ନେଇ ‘ନମସ୍ତେ ଲଣ୍ଡନ’, ‘ସିଂହ ଇଜ୍‌ କିଙ୍ଗ୍‌’ ପରି ଆହୁରି ଅନେକ ଚଳଚ୍ଚିତ୍ରରେ ନିଜର ଭାଗ୍ୟ ପରୀକ୍ଷା କରିଥିବା କ୍ୟାଟ୍‌ କୁହନ୍ତି ସେ ବିଭିନ୍ନ ଧରଣର ଚରିତ୍ରରେ ନଜର ଆସିଥିବାରୁ ନିଜକୁ ଭାଗ୍ୟବତୀ ଭାବନ୍ତି।