• ବିଶ୍ୱକପ୍‌ରେ କମେଣ୍ଟ୍ରି କରିବେ ସୌରଭ ଗାଙ୍ଗୁଲି

    ଲଣ୍ଡନ: ଇଂଲଣ୍ଡ ଏବଂ ୱେଲସ୍‌ରେ ମେ’ ମାସ ୩୦ରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍‌ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) କମେଣ୍ଟେଟର୍‌ ତାଲିକା ଜାରି କରିଛି। ଏଥି ସହତ ଆଇସିସି ନିଜର ବ୍ରୋଡକାଷ୍ଟର ରଣନୀତି ମଧ୍ୟ ପ୍ରସ୍ତୁତ କରିସାରିଛି। ଏହି ତାଲିକାରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ମଧ୍ୟ ସ୍ଥାନ ମିଳିଛି। ସୌରଭଙ୍କ ବ୍ୟତୀତ ଅନ୍ୟ ୨ ଜଣ ଭାରତୀୟଙ୍କୁ ମଧ୍ୟ ତାଲିକାରେ ସ୍ଥାନ...
  • କୋରିଆ ଗସ୍ତ ପାଇଁ ଭାରତୀୟ ମହିଳା ହକି ଦଳରେ ୩ ଓଡ଼ିଆ

    କଟକ : ଦକ୍ଷିଣ କୋରିଆର ଜିନ୍‌ଚୁନ ସହରରେ ଚଳିତମାସ ୨୦ରୁ ଘରୋଇ ଦକ୍ଷିଣ କୋରିଆ ମହିଳା ହକି ଦଳ ବିପକ୍ଷରେ ଭାରତୀୟ ମହିଳା ହକି ଦଳ ଏକ ୩ ମ୍ୟାଚ୍‌ର ସିରିଜ୍ ଖେଳିବ। ଏହି ସିରିଜ୍‌ ପାଇଁ ହକି ଇଣ୍ଡିଆ ଏକ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ରାଣୀ ରାମପାଲ ଏହି ଗସ୍ତ ଲାଗି ଭାରତୀୟ ଦଳର ଅଧିନାୟିକା ନିଯୁକ୍ତ ହୋଇଛନ୍ତି। ଦଳରେ ୩ ଜଣ...
  • କ୍ରିକେଟ୍‌ର ହାର୍ଦ୍ଦିକ ପାଣ୍ଡ୍ୟା ଓ କେ ଏଲ୍‌ ରାହୁଲଙ୍କୁ ୨୦ ଲକ୍ଷ ଲେଖାଏଁ ଜୋରିମାନା

    ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଭାରତୀୟ କ୍ରିକେଟ୍‌ ତାରକା ହାର୍ଦ୍ଦିକ ପାଣ୍ଡ୍ୟା ଓ କେ ଏଲ୍‌ ରାହୁଲଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଛନ୍ତି । ମହିଳାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେବା ମାମଲାରେ ବିସିସିଆଇ ତରଫରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି। ଆସନ୍ତା ୪ ସପ୍ତାହ ମଧ୍ୟରେ ଏହି ଅର୍ଥ ରାଶି ଜମା କରିବାକୁ ଉଭୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏ...
  • ପ୍ରକାଶ ପାଇଲା ବିଶ୍ୱକପ୍ ୨୦୧୯ର ଖେଳସୂଚୀ: ଜାଣନ୍ତୁ ଭାରତ ସହ କେବେ ଖେଳିବ ପାକିସ୍ତାନ

    ନୂଆଦିଲ୍ଲୀ: ଇଂଲଣ୍ଡରେ ଆଗାମୀ ମେ’ ମାସ ୩୦ରୁ ଆରମ୍ଭ ହେଉଥିବା କ୍ରିକେଟ ବିଶ୍ୱକପ୍‌ ପାଇଁ ସୋମବାର ୧୫ ଜଣିଆ ଭାରତୀୟ ଟିମ୍‌ ଘୋଷଣା ହୋଇଛି। ବିରାଟ କୋହଲି ଅଧିନାୟକ ପଦ ବଜାୟ ରଖିଥିବା ବେଳେ ରୋହିତ୍‌ ଶର୍ମା ପୂର୍ବବତ ଉପଅଧିନାୟକ ପଦରେ ରହିଛନ୍ତି। ଦଳରେ ସାମିଲ ଅଛନ୍ତି ମହେନ୍ଦ୍ର ସିଂହ ଧୋନୀ, ଶିଖର ଧାଓ୍ଵନ, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସାମି, ଦିନେଶ କାର୍ତ୍ତିକ, କେଦାର ଯାଦବ,ବିଜୟ ଶଙ୍କର, କେ.ଏଲ୍‌...
  • କ୍ରିକେଟ ବିଶ୍ୱକପ ପାଇଁ ୧୫ ଜଣିଆ ଟିମ୍ ଘୋଷଣା କଲା ବିସିସିଆଇ

    ମୁମ୍ବାଇ:  କ୍ରିକେଟ ବିଶ୍ୱକପ  ପାଇଁ ବିସିସିଆଇ ଘୋଷଣା କଲା ଭାରତୀୟ ଟିମ୍ । ଇଂଲଣ୍ଡରେ ହେବାକୁ ଥିବା ବିଶ୍ୱକପ ପାଇଁ ଆଜି ଘୋଷଣା ହୋଇଛି ଭାରତୀୟ ଟିମ୍। ମୋଟ ୧୫ ଜଣିଆ ଟିମର ଘୋଷଣା କରିଛି ବିସିସିଆଇ । ବିଶ୍ୱକପ ପାଇଁ ବିରାଟ କୋହଲିଙ୍କୁ ଅଧିନାୟକ ଦାୟିତ୍ୱ ଦେଇଛି ବିସିସିଆଇ । ସେହିଭଳି ରୋହିତ ଶର୍ମା ଭାରତୀୟ ଦଳର ଉପ ଅଧିନାୟକ ନିଯୁକ୍ତ କରାଯାଇଛି । ଏହାଛଡା ଦଳରେ...
  • ୧୫ରେ ବିଶ୍ବକପ ପାଇଁ ଭାରତୀୟ ଦଳ ଘୋଷଣା

    ନୂଆଦିଲ୍ଲୀ : ଆସନ୍ତା ୧୫ ତାରିଖରେ ବିଶ୍ବକପ ପାଇଁ ଭାରତୀୟଦଳ ଘୋଷଣା ହେବ । ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଥିବା ଚୟନ କମିଟି ବିଶ୍ବକପ ପାଇଁ ୧୫ ଜଣିଆ ଦଳ ଚୟନ କରିବ ।  ଏ ସଂପର୍କରେ ଆଜି ବିସିସିଆଇର ପ୍ରଶାସନିକ କମିଟି (ସିଓଏ) ଘୋଷଣା କରିଛି । ଆଜି ବସିଥିବା ସିଓଏ ବୈଠକରେ ସିକେ ଖାନ୍ନା, ଅମିତାଭ ଚୌଧୁରୀ, ଅନିରୁଦ୍ଧ ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ ।...
  • ଆଇପିଏଲ୍‌ ମ୍ୟାଚ୍‌ ଆୟ ପୁଲ୍‌ଓ୍ଵାମା ସହିଦଙ୍କ ପରିବାରବର୍ଗଙ୍କୁ ଦାନ କରିବ ସିଏସ୍‌କେ

    ଚେନ୍ନାଇ: ଏ ବର୍ଷର ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ ସଂସ୍କରଣର ହୋମ୍‌ ମ୍ୟାଚ୍‌ର ଆୟ ପୁଲ୍‌ଓ୍ଵାମା ଆକ୍ରମଣରେ ସହିଦଙ୍କ ପରିବାରବର୍ଗଙ୍କୁ ଦାନ କରାଯିବ ବୋଲି ଚେନ୍ନାଇ ସୁପର୍‌ କିଙ୍ଗ୍‌ର ନିର୍ଦେଶକ ବୁଧବାର ଦିନ କହିଛନ୍ତି।ସିଏସ୍‌କେ ନିର୍ଦେଶକ ରାକେଶ ସିଂହ କହିଛନ୍ତି: ରୟଲ୍‌ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ଏବଂ ଚେନ୍ନାଇ ସୁପର୍‌ କିଙ୍ଗ୍‌ସ୍‌ ମଧ୍ୟରେ ଚେପାଉକ୍‌ ଠାରେ ମାର୍ଚ ୨୩ ତାରିଖରେ ହେବାକୁ ଥିବା ମ୍ୟାଚ୍‌ ଲାଗି ଟିକିଟ୍‌ ବିକ୍ରି ଆୟ ଫେବ୍ରୁଆରି...
  • ଆଇପିଏଲ ୨୦୧୯ : ଘୋଷଣା ହେଲା ଲିଗ୍ ପର୍ଯ୍ୟାୟ ମ୍ୟାଚର କାର୍ଯ୍ୟସୂଚୀ

    ନୂଆଦିଲ୍ଲୀ :  ଆସନ୍ତା ମାର୍ଚ୍ଚ ୨୩ରୁ ଆରମ୍ଭ ହେବ ଆଇପିଏଲ ୨୦୧୯ । ତେବେ ଏହା ପୂର୍ବରୁ ଆଇପିଏଲ ଲିଗ୍ ପର୍ଯ୍ୟାୟର କାର୍ଯ୍ୟସୂଚୀ ଜାରି କରିଛି ବିସିସିଆଇ । ଲିଗ୍ ପର୍ଯ୍ୟାୟର ସମସ୍ତ ମ୍ୟାଚ୍ ପାଇଁ ଘୋଷଣା ହୋଇଛି ତାରିଖ । ମାର୍ଚ୍ଚ ୨୩ରୁ ମେ’ ୫ ପର୍ଯ୍ୟନ୍ତ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ । ତେବେ କ୍ୱାଲିଫାୟର, ଏଲିମିନେଟର ଓ ଫାଇନାଲ ମ୍ୟାଚ୍ ପାଇଁ ତାରିଖ ଘୋଷଣା...
  • ଭାରତ ଆୟୋଜନ କରିବ ୧୭ ବର୍ଷରୁ କମ୍‌ ବୟସ୍କା ମହିଳା ଫିଫା ଓ୍ଵାର୍ଲଡ୍‌ କପ୍‌

    ନୂଆଦିଲ୍ଲୀ: ୨୦୨୦ରେ ଭାରତ ୧୭ ବର୍ଷରୁ କମ୍‌ ବୟସ୍କା ମହିଳା ଫିଫା ଓ୍ଵାର୍ଲଡ୍‌ କପ୍‌ ଆୟୋଜନ କରିବ ବୋଲି ଶୁକ୍ରବାର ଦିନ ଫିଫା ଅଧ୍ୟକ୍ଷ ଜିଆନି ଇନ୍‌ଫାଣ୍ଟିନୋ ଘୋଷଣା କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ମିଆମି ଠାରେ ଫିଫା କାଉନ୍‌ସିଲ୍‌ ବୈଠକ ଶେଷ ହେବା ପରେ ଇନ୍‌ଫାଣ୍ଟିନୋ କହିଲେ: ୨୦୨୦ରେ ଭାରତ ୧୭ ବର୍ଷରୁ କମ୍‌ ବୟସ୍କା ମହିଳା ଫିଫା ଓ୍ଵାର୍ଲଡ୍‌ କପ୍‌ ଆୟୋଜନ କରିବା ବୋଲି ନିଶ୍ଚିତ କରାଯାଇଥିବା...