• ପାଟକୁରା ନିର୍ବାଚନ: ୩ଟା ସୁଧା ୬୧% ମତଦାନ

    କେନ୍ଦ୍ରାପଡା:ଦିନ ୩ଟା ସୁଧା ପାଟକୁରାରେ ୬୧ ପ୍ରତିଶତ ମତଦାନ ହୋଇଛି । ଅନେକ ବୁଥରେ ମହିଳା ଏବଂ ଯୁବ ଭୋଟର ମତଦାନ କରୁଥିବା ଦେଖିବାକୁ ମିଳିଛି ।ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ସୂଚନା ଦେଇଛନ୍ତି ।  କେନ୍ଦ୍ରାପଡ଼ା ପାଟକୁରା ନିର୍ବାଚନ ମଣ୍ଡଳୀରେ ଆଜି ମତଦାନ ଅନୁଷ୍ଠିତ ହେଉଛି । ବିଭିନ୍ନ ବୁଥ୍‌ରେ ଇଭିଏମ୍‌ ମେସିନ୍‌ରେ ତ୍ରୁଟି ଦେଖା ଯିବାରୁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ପ୍ରାୟ...
  • ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତ୍ରୀ ଶୀଲା ଦୀକ୍ଷିତଙ୍କ ପରଲୋକ

    ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ତାଙ୍କ ପୁତ୍ର ସଂଦୀପ ଦୀକ୍ଷିତ ଏବେ କଂଗ୍ରେସ ସଦସ୍ୟ ଅଛନ୍ତି । ଗତ କିଛି ଦିନ ଧରି ସେ ଅସୁସ୍ଥ ଥିଲେ ଓ ଦିଲ୍ଲୀର ଏସକର୍ଟ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଶୀଲା ଦୀକ୍ଷିତ ୧୯୩୮ ମସିହା ମାର୍ଚ୍ଚ...
  • ପାଟକୁରା ନିର୍ବାଚନ: ଦିନ ଗୋଟାଏ ସୁଦ୍ଧା ୪୨% ମତଦାନ

    ଭୁବନେଶ୍ୱର :  ପାଟକୁରା ବିଧାନସଭା ଆସନ ପାଇଁ ଆଜି ମତଦାନ ଚାଲିଛି। ପ୍ରଥମେ ସମସ୍ତ ୩୦୯ଟି ବୁଥ୍‌ରେ ମକ୍‌ପୋଲ ହେବା ପରେ ସକାଳ ୭ଟାରୁ ଶାନ୍ତି ଶୃଙ୍ଖଳାର ସହ ଭୋଟ୍ ଗ୍ରହଣ ଚାଲିଛି। ଦିନ ଗୋଟାଏ ସୁଦ୍ଧା ୪୨ ପ୍ରତିଶତ ମତଦାନ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହି ସୂଚନା ମିଳିଛି । ସକାଳ ୯ଟା ସୁଦ୍ଧା ୧୨ ପ୍ରତିଶତ ମତଦାନ ହୋଇଥିଲା ବେଳେ  ଦିନ୧୧ଟା ସୁଦ୍ଧା...
  • ପାଟକୁରାରେ ନିର୍ବାଚନ: ସକାଳ ୯ଟା ସୁଦ୍ଧା ୧୨% ମତଦାନ

    ଭୁବନେଶ୍ୱର: ପାଟକୁରା ବିଧାନସଭା ଆସନ ଲାଗି ଆଜି ମତଦାନ ଚାଲିଛି। ପ୍ରଥମେ ସମସ୍ତ ୩୦୯ଟି ବୁଥ୍‌ରେ ମକ୍‌ପୋଲ ହେବା ପରେ ସକାଳ ୭ଟାରୁ ଶାନ୍ତି ଶୃଙ୍ଖଳାର ସହ ଭୋଟ୍ ଗ୍ରହଣ ଚାଲିଛି। ମତଦାତାମାନେ ଲମ୍ବା ଲାଇନରେ ଛିଡ଼ା ହୋଇ ମତାଧିକାର ସାବ୍ୟସ୍ତ କରୁଛନ୍ତି । ତେବେ ସକାଳ ୯ଟା ସୁଦ୍ଧା ମାତ୍ର ୧୨ ପ୍ରତିଶତ ମତଦାନ ହୋଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହି ସୂଚନା ମିଳିଛି।...
  • ୪ରୁ ୫ ଦିନ ଲଗାଣ ବର୍ଷା

    ଭୁବନେଶ୍ୱର: ଦକ୍ଷିଣ ଉପକୂଳ ଓଡ଼ିଶା ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ୪ରୁ୫ ଦିନ ଧରି ବର୍ଷା ଲାଗି ରହିବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ସୁଦର୍ଶନ ମିଶ୍ର କହିଛନ୍ତି,“ ଦକ୍ଷିଣ ଓଡ଼ିଶା ଉପକୂଳରେ ଏକ ସାଇକ୍ଲୋନିକ୍ ସରକ୍ୟୁଲେସନ୍ ରହିଛି। ତା’ର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ...
  • ପାଟକୁରା ନିର୍ବାଚନ ପାଇଁ ନୂଆ ନିୟମ ଆଣିଲେ ସିଇଓ

    ଭୁବନେଶ୍ୱର: ପାଟକୁରା ନିର୍ବାଚନ ପାଇଁ ବାକି ରହିଲା ଆଉ ମାତ୍ର ଦିନଟିଏ । ପାଟକୁରା ମତଦାନ ବେଳେ ବାମ ହାତର ମଝି ଆଙ୍ଗୁଳିରେ କାଳି ଲଗାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।  କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ମତଦାନ ଆସନ୍ତା ୨୦ରେ ହେବ । ଭୋଟ ଗଣତି ହୋଇ ଏହାର ଫଳାଫଳ ଜୁଲାଇ ୨୪ରେ ଆସିବ । ତେଣୁ କୈାଣସି...
  • ଆନିମେଶନ ଷ୍ଟୁଡିଓରେ ପୋଡ଼ାଜଳା, ୨୪ ମୃତ

    ଟୋକିଓ: ଜାପାନର ଏକ ଆନିମେଶନ ଷ୍ଟୁଡିଓରେ ଦୁର୍ବୃତ୍ତ ନିଆଁ ଲଗାଇ ଦେବା ପରେ ବ୍ୟାପକ ପୋଡ଼ା ଜଳା ହୋଇ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିରେ ୩୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ବିଲଡିଂରେ ନିଆଁ ଲାଗିବା ସମୟରେ ଏହା ମଧ୍ୟରେ ପ୍ରାୟ ୭୦...
  • ଦାଉଦ ଇବ୍ରାହିମର ପୁତୁରା ରିଜୱାନ କାସକାର ଗିରଫ

    ମୁମ୍ବଇ : ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର ପୁତୁରା ରିଜୱାନ କାସକାରକୁ ମୁମ୍ବଇ ପୁଲିସ୍‍ ଏକ ବଳପୂର୍ବକ ବଟି ଆଦାୟ ମାମଲାରେ ଗିରଫ କରିଛି। ମୁମ୍ବଇ ପୁଲିସର ଜଣେ ଅଧିକାରୀ ଗୁରୁବାର କହିଛନ୍ତି ଯେ ଦାଉଦର ଭାଇ ଇକବାଲ କାସକାରର ପୁଅ ରିଜୱାନକୁ ମୁମ୍ବଇ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବୁଧବାର ବିଳମ୍ବିତ ରାତିରେ ଗିରଫ କରାଯାଇଛି। ସେ ଦେଶ ଛାଡ଼ି ଅନ୍ୟତ୍ର ପଳାଇବାକୁ ଚେଷ୍ଟା କରୁଥିବାବେଳେ ଏହି ଗିରଫଦାରୀ...
  • ଆତଙ୍କବାଦୀ ହାଫିଜ ସଇଦ ଗିରଫ

    ନୂଆଦିଲ୍ଲୀ: ପୁଲୱାମା, ଉରୀ ଏବଂ ମୁମ୍ବାଇ ଆକ୍ରମଣ ସମେତ ଭାରତରେ ବହୁ ବଡ ଆକ୍ରମଣର ମାଷ୍ଟରମାଇଣ୍ଡ କୁଖ୍ୟାତ ଆତଙ୍କବାଦୀ ହାଫିଜ ସଇଦ ଗିରଫ ହୋଇଛି । ଜମାତ-ଉଦ-ଦାବାର ହାଫିଜ ସଇଦକୁ ପାକିସ୍ତାନର ପଞ୍ଜାବରୁ ଗିରଫ କରାଯାଇଛି । ଟେରର ଫଣ୍ଡିଙ୍ଗ ମାମଲାରେ ପଞ୍ଜାବ ପୁଲିସ ଆତଙ୍କବାଦ ବିରୋଧୀ ବିଭାଗ ତାହାକୁ ଲାହୋରରୁ ଗିରଫ କରିଛି । ସେ ଲାହୋରରୁ ଗୁଜରାଂୱାଲ ଯାଉଥିଲା । ତେବେ ତାହାକୁ ନ୍ୟାୟିକ ପ୍ରକ୍ରିୟା...