ସରକାରୀ ଚାକିରି ଆବେଦନ କରିବାକୁ ହେଲେ ଦେବାକୁ ପଡିବନି ଜାତିଗତ କିମ୍ବା ଆବାସିକ ପ୍ରମାଣପତ୍ର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି

ଭୁବନେଶ୍ୱର: ଏଥର ଚାକିରୀ କରିବାକୁ ହେଲେ ଆବେଦନ କରିବା ସମୟରେ ଆବେଦନକାରୀଙ୍କୁ ଆଉ ଜାତିଗତ କିମ୍ବା ଆବାସିକ ପ୍ରମାଣପତ୍ର ଦେବାକୁ ପଡିବ ନାହିଁ । ଏ ନେଇ ରାଜ୍ୟ ସରକାର ଆଜି ବଡ଼ ନିଷ୍ପତି ନେଇଛନ୍ତି । ପୂର୍ବରୁ ସରକାରୀ ଚାକିରୀ କରିବା ପାଇଁ ଏହିସବୁ ପ୍ରମାଣପତ୍ର ବାଧ୍ୟତାମୂଳକ ଥିଲା ।

ଏହି ନୂତନ ନିୟନ ପରେ ଯଦି ପ୍ରାର୍ଥୀ ପ୍ରଥମ ପର୍ଯ୍ୟାୟରେ ଉତୀର୍ଣ୍ଣ ହୁଅନ୍ତି ତେବେ ଚୂଡ଼ାନ୍ତ ଚୟନ ବେଳେ ତାଙ୍କୁ ଜାତି ପ୍ରମାଣପତ୍ର ଓ ଆବାସିକ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ । ଆବେଦନ କରିବା ସମୟରେ ସେମାନେ ଆଫିଡେଭିଡ ଦାଖଲ କରିପାରିବେ ପରବର୍ତୀ ପ୍ରର୍ଯ୍ୟାୟକୁ ଉନ୍ନତି ହେଲେ ହିଁ ସେମାନେ ଜାତି ପ୍ରମାଣପତ୍ର ଓ ଆବାସିକ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ ବୋଲି ଜଣାପଡିଛି ।

ଏନେଇ ଆଜି ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆବେଦନକାରୀମାନେ ଓଡ଼ିଶା ଲୋକସେବା ଆୟୋଗ, ଓଡ଼ିଶା କର୍ମଚାରୀ ଚୟନ ଆୟୋଗ, ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ ଦ୍ବାରା ବିଭିନ୍ନ ପଦବି ପୂରଣ ଚୟନ ନିମନ୍ତେ ଆବେଦନ ସମୟରେ ଆତ୍ମଘୋଷଣାନାମା ବା ଆଫିଡେଭିଡ ଦେଇପାରିବେ ।