ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଏବଂ ସିଦ୍ଧରମୈୟାଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ

ବେଙ୍ଗାଲୁରୁ :ବେଙ୍ଗାଲୁରୁରେ ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଏବଂ ସିଦ୍ଧରମୈୟାଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ କରାଯାଇଛି । ସେହିପରି ପୂର୍ବତନ ମନ୍ତ୍ରୀ ପରମେଶ୍ୱର ଏବଂ ଡିକେ ଶିବକୁମାରଙ୍କ ଏବଂ ବେଙ୍ଗାଲୁରୁ ସହରର ପୂର୍ବତନ ପୁଲିସ କମିଶନର ସୁନିଲ କୁମାରଙ୍କ ବିରୋଧରେ ଆଇପିସିର ଧାରା ୨୦ ଅନୁସାରେ ମାମଲା ରୁଜୁ କରାଯାଇଛି । 

ତୁମକୁରର ଜଣେ ସାମାଜିକ କର୍ମୀ ଅଭିଯୋଗ କରିଛନ୍ତି ଯେ ମାର୍ଚ୍ଚ ୨୭ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଜେଡିଏସ ଏବଂ କଂଗ୍ରେସ ନେତାଙ୍କ ଧରେ ଆୟକର ବିଭାଗର ଚଢାଉକୁ ବିରୋଧ କରିଥିଲେ । ଯାହା ଫଳରେ ଆଇଟି ଅଧିକାରୀ ନିଜର କର୍ତ୍ତବ୍ୟ ନିର୍ବାହନ ଠିକ ଭାବରେ କରି ପାରି ନଥିଲେ ଏବଂ ଉପସ୍ଥିତ ଥିବା ପୁଲିସ ଏହି ପ୍ରଦର୍ଶନକୁ ରୋକିବା ପାଇଁ କିଛି କରି ନଥିଲା ।

କଂଗ୍ରେସ ନେତା ଏବଂ ପୂର୍ବତନ ମନ୍ତ୍ରୀ ଡିକେ ଶିବକୁମାର ନିଜର ବିରୋଧରେ ରୁଜୁ ହୋଇଥିବା ମାମଲା ଉପରେ କହିଥିଲେ, “ଏହା ରାଜନୈତିକ ପ୍ରତିଶୋଧ ଅଟେ । ସବୁ ମାମଲା ବିଜେପିର ଏହି ଅଧିକାରୀ ଏବଂ ବନ୍ଧୁଙ୍କ ଦ୍ୱାରା ଦାଖଲ କରାଯାଉଛି । ଆମେ ଏ ସମ୍ପର୍କରେ ଅବଗତ ଅଛୁ । ଆମେ ଏହାକୁ ରାଜନୈତିକ ରୁପରେ ଲଢିବୁ । ଆମେ ଜେଲ ଯିବାକୁ ପ୍ରସ୍ତୁତ । କିଛି କଥା ନାହିଁ” ।