ରଥଯାତ୍ରା ହେବ ବୋଲି ସୁପ୍ରିମକୋର୍ଟର ରାୟ ପ୍ରକାଶ ପାଇବା ପରେ କେନ୍ଦ୍ରମନ୍ତ୍ରୀମାନେ ଏଭଳି ରଖିଲେ ମତ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ସୁପ୍ରିମକୋର୍ଟରେ ରଥଯାତ୍ରା ହେବା ନେଇ ନିଷ୍ପତି ହେବା ପରେ ଅମିତ ଶାହ ନିଜର ମତ ରଖିଛନ୍ତି । ସେ ଟ୍ୱିଟ ଜରିଆରେ ଜଣାଇଛନ୍ତି ଯେ, ଗତକାଲି ସନ୍ଧ୍ୟାରେ ମୁଁ ପ୍ରଧାନମନ୍ତ୍ରୀଜୀଙ୍କର ପରାମର୍ଶ କ୍ରମେ ଗଜପତି ମହାରାଜାଜୀ ଏବଂ ପୁରୀର ଶଙ୍କରାଚାର୍ଯ୍ୟଜୀଙ୍କ ସହ କଥା ହେଲି ଏବଂ ଯାତ୍ରାକୁ ନେଇ ତାଙ୍କର ମତାମତ ଜାଣି ପ୍ରଧାନମନ୍ତ୍ରୀଜୀଙ୍କୁ ଅପଗତ କରିଥିଲି । ଆଜି ସକାଳେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସଲିିସିଟର ଜେନେରାଲଙ୍କ ସହ ମଧ୍ୟ କଥାବାର୍ତା କରିଥିଲି ।

car festival wish

ଏହାପରେ ସେ ଆହୁରି କହିଛନ୍ତି ଯେ, ମାମଲାର ଗମ୍ଭୀରତା ଏବଂ ଗୁରୁତ୍ୱକୁ ଦୃଷ୍ଟିରେ ରଖି ମାମଲାକୁ ସୁପ୍ରିମକୋର୍ଟର ଭେକେସନ୍ ବେଂଚ ଆଗରେ ରଖାଗଲା । ଅପରାହ୍ନରେ ଏହାର ଶୁଣାଣି ହେଲା ଏବଂ ଏହି ସୁଖଦ ନିଷ୍ପତି ଆମ ସମସ୍ତଙ୍କ ସାମ୍ନାକୁ ଆସିଲା । ଆଜିର ଦିନ ଆମ ସମସ୍ତଙ୍କ ପାଇଁ ବିଶେଷ କରି ଓଡ଼ିଶାର ଆମର ଭାଇ-ଭଉଣୀ ଏବଂ ଭଗବାନ ଜଗନ୍ନାଥଙ୍କର ଭକ୍ତମାନଙ୍କ ପାଇଁ ଏକ ଶୁଭ ଦିନ । ରଥଯାତ୍ରାକୁ ସୁପ୍ରିମକୋର୍ଟର ସମ୍ମତି ମିଳିବା ପରେ ସମଗ୍ର ଦେଶରେ ଉତ୍ସାହ ଏବଂ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି ।

car festival wish

ସେହିପରି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ନିଜର ମତ ରଖିଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ, ସମସ୍ତଙ୍କର ଆସ୍ଥାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରି ସୁପ୍ରିମକୋର୍ଟର ଖଣ୍ଡପୀଠରେ ମତ ରଖାଯାଇଥିଲା । ଏହାପରେ ସୁପ୍ରିମକୋର୍ଟଙ୍କ ମତ ପ୍ରକାଶ ପାଇଲା । ମହାପ୍ରଭୁଙ୍କ ରଥଯାତ୍ରା ହେବା ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତି ସ୍ୱାଗତଯୋଗ୍ୟ । ଏହା ଆମର ଆସ୍ଥାର ପ୍ରତୀକ । ସମସ୍ତ ଶ୍ରଦ୍ଧାଳୁଙ୍କୁ ମୋର ଶୁଭକାମନା । ଏହାସହ ମୋର ଅନୁରୋଧ ଯେ, ସମସ୍ତେ ନିଜ ସ୍ୱାସ୍ଥ୍ୟ ନିୟମର ସମସ୍ତ ପ୍ରକାରର ଧ୍ୟାନ ରଖନ୍ତୁ ।

car festival wish

ସେହିଭଳି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବେଡକର ଟ୍ୱିଟ କରି କହିଛନ୍ତି ଯେ, ଭଗବାନ ଜଗନ୍ନାଥଙ୍କ ରଥଯାତ୍ରା ହେବା ନେଇ ସୁପ୍ରକିକୋର୍ଟଙ୍କ ପକ୍ଷରୁ ମଞ୍ଜୁରୀ ମିଳିବା ପରେ ପୁରା ଦେଶ ବହୁତ ଖୁସି ଅଛି । ଏନେଇ ପ୍ରଧାନମନ୍ତ୍ରୀ ଓ ସୁପ୍ରିମକୋର୍ଟଙ୍କୁ ମୋ ପକ୍ଷରୁ ଧନ୍ୟବାଦ ଜଣାଉଛି । ଗତକାଲି ରଥଯାତ୍ରାର ସିଧାପ୍ରସାରଣ ଦୁରଦର୍ଶନ ଓ ଅନ୍ୟ ଚ୍ୟାନେଲରେ ହେବ ।