ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅମିତ ଶାହା

ନୂଆଦିଲ୍ଲୀ:  ଦେଶବାସୀଙ୍କୁ ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀ ଅମିତ ଶାହା  ।

car festival wish

ଟୁଇଟ କରି ରାଷ୍ଟ୍ରପତି  ଲେଖିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଅପାର କୃପାରୁ ସମସ୍ତଙ୍କୁ କୋଭିଡ-୧୯ ମହାମାରୀର ସାମନା କରିବା ପାଇଁ ସାହସ ଓ ଦୃଢ଼ ସଂକଳ୍ପ ପ୍ରଦାନ କରୁ । ଏହାସହ ଆମ ଜୀବନକୁ ଉତ୍ତମ ସ୍ୱାସ୍ଥ୍ୟ ଓ ଆନନ୍ଦରେ ଭରି ଦେଉ ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ଦେଶବାସୀଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି । ଟୁଇଟ କରି ସେ ଲେଖିଛନ୍ତି, ‘ଭଗବାନ ଜଗନ୍ନାଥଙ୍କ ପବିତ୍ର ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ମୋର ଏହା କାମନା କି ଶ୍ରଦ୍ଧା ଆଉ ଭକ୍ତିରେ ଭରା ଏହି ରଥଯାତ୍ରା ଦେଶବାସୀଙ୍କ ଜୀବନରେ ସୁଖ, ସମୃଦ୍ଧି, ସୌଭାଗ୍ୟ ଓ ଆରୋଗ୍ୟ ଭରି‌ ଦେଉ। ଜୟ ଜଗନ୍ନାଥ।’


ସେହିପରି ଗୃହ ମନ୍ତ୍ରୀ ଅମିତ ଶାହା ମଧ୍ୟ ପବିତ୍ର ରଥଯାତ୍ରୀ ଅବସରରେ ଟୁଇଟ‌ କରି ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ଆକାଉଣ୍ଟ୍‌ରେ ଟ୍ବିଟ୍‌‌ କରି ଲେଖିଛନ୍ତି, ‘ପବିତ୍ର ରଥଯାତ୍ରାର ଶୁଭ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା l ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ସଭିଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ, ଆନନ୍ଦ ଏବଂ ସମୃଦ୍ଧି ଆଣିଦେଉ l ଜୟ ଜଗନ୍ନାଥ !’