ଗୁଣ୍ଡିଚା ମନ୍ଦିରରେ ପହଂଚିଲା ତାଳଧ୍ୱଜ ରଥ

ପୁରୀ: ଆଜି ବଡ ଠାକୁରଙ୍କ ବଡଯାତ୍ରା । ରତ୍ନବେଦୀରୁ ଜନ୍ମବେଦୀରେ ପହଂଚିଲେ ବଡଠାକୁର ପ୍ରଭୁ ବଳଭଦ୍ର । ଗୁଣ୍ଡିଚା ମନ୍ଦିରରେ ଲାଗିଲା ବଡଠାକୁରଙ୍କ ତଳଧ୍ୱଜ ରଥ । ଅପରାହ୍ନ ୩ଟା ୫୨ରେ ରଥ ଯାଇ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଂଚିଛି ।

ପଛରେ ଭଉଣୀ ସୁଭଦ୍ରା ଓ କାଳିଆ ଠାକୁର ଆସୁଛନ୍ତି । ନବଦିନାତ୍ମକ ଯାତ୍ରାରେ ବାହାରିଛନ୍ତି ଶ୍ରୀଜିଉ । ଘଂଟଘଂଟା ତାଳେ ତାଳେ ଆଗେଇ ଚାଲିଛି ରଥ । ବରଷକେ ଥରେ ଶ୍ରୀମନ୍ଦିରର ରତ୍ନବେଦୀ ଛାଡି ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବାହୁଡି ଆସନ୍ତି ବଡଦାଣ୍ଡକୁ ।