ଗୁଣ୍ଡିଚା ମନ୍ଦିରରେ ଲାଗିଲା ତିନି ରଥ

ପୁରୀ: ଅପରାହ୍ନ ୫ ଟା ୧୫ ସୁଦ୍ଧା ଗୁଣ୍ଡିଚା ମନ୍ଦିର ନିକଟରେ ତିନି ରଥ ପହଞ୍ଚିଛନ୍ତି । ପ୍ରଥମେ ତାଳଧ୍ୱଜ ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିବା ବେଳେ ପରେ ସୁଭାଦ୍ରାଙ୍କ ଦର୍ପଦଳନ ରଥ ପହଞ୍ଚିଥିଲେ, ପରେ ସେବାୟତମାନେ ନନ୍ଦିଘୋଷ ରଥକୁ ଟାଣିଥିଲେ । ତିନି ରଥ ଗୁଣ୍ଡିଚା ମନ୍ଦିର ନିଟରେ ପହଞ୍ଚିଥିଲେ । ମଙ୍ଗଳବାର ସକାଳେ ରଥଯାତ୍ରା ଅବସରରେ ସମସ୍ତ ନୀତିକାନ୍ତି ଠିକ୍‌ ସମୟରେ ହୋଇଥିଲା । ସକାଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଣ୍ଡି ବିଜେ ସହ ଅନ୍ୟାନ୍ୟ ନୀତି କାନ୍ତି ସମାପିତ ହୋଇଥିଲା। କବେଳ ସେବାୟତଙ୍କ ସହାୟତାରେ ରଥଟଣା କାର୍ଯ୍ୟ ସମାପିତ ହୋଇଥିଲା । ସମସ୍ତ କାର୍ଯ୍ୟ ଶାନ୍ତି ଶୃଙ୍ଖଳାର ସହ ହୋଇଥିଲା । କୋଳାହଳ ପୂର୍ଣ୍ଣ ବଡଦାଣ୍ଡରେ ବିନାଭକ୍ତରେ ହୋଇଥିଲା ରଥଯାତ୍ରା ।

ପୁରୀରେ ରଥଯାତ୍ରା ପୂର୍ବରୁ ୧୧୪୩ ଜଣ ସେବାୟତଙ୍କର କରୋନା ବା କୋଭିଡ୍‌ ୧୯ ପରୀକ୍ଷଣ କରାଯାଇଛି । ଏମାନଙ୍କ ମଧ୍ୟରୁ ଜଣଙ୍କର କରୋନା ପଜେଟିଭ୍‌ ଥିବା ସୂଚନା ମିଳିଛି । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ସୁପ୍ରମିକୋର୍ଟ ରଥଯାତ୍ରା ପୂର୍ବରୁ ସମସ୍ତ ସେବାୟତଙ୍କର କରୋନା ପରୀକ୍ଷଣ କରିବା ପାଇଁ ନିର୍ଦେଶ ଦେଇଥିଲେ । ଏହାପରେ ଜିଲ୍ଲା ପ୍ରଶାସନ ସମସ୍ତଙ୍କର କରୋନା ପରୀକ୍ଷଣ କରିଥିଲେ । ସୋମବାରରେ ସମସ୍ତ ସେବାୟତଙ୍କର କରୋନା ପରୀକ୍ଷଣ କରାଯାଇଥିଲା ।