ବଡଦାଣ୍ଡରେ ରଥ ଗଡିଲା

ପୁରୀ: ବଡଦାଣ୍ଡରେ ଗଡିଲା ରଥ । ପ୍ରଥମେ ବଡ ପ୍ରଭୁ ବଳଭଦ୍ରଙ୍କ ରଥ ଟଣା ଆରମ୍ଭ ହୋଇଛି । ତିନି ରଥରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରିବା ପରେ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଛି। ବିନା ଭକ୍ତରେ ଆଗକୁ ଆଗକୁ ଗଡି ଚାଲିଛି ରଥ । ଆଗେ ଆଗେ ଗଡି ଚାଲିଛି ଶ୍ରୀବଳଦେବଙ୍କ ତାଳଧ୍ୱଜ ରଥ, ତା ପଛକୁ ପଛ ଗଡ଼ି ଚାଲିଛି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । ଏହାପରେ ଗଡିବ କାଳିଆର ନନ୍ଦିଘୋଷ ରଥ।

ଅନ୍ଯପଟେ ପରମ୍ପରା ଅନୁସାରେ ଚାଲିଛି ମହାପ୍ରଭୁଙ୍କ ଘୋଷଯାତ୍ରା ନୀତି । ଇତିମଧ୍ୟରେ ପହଣ୍ଡି ବିଜେ ପରେ ରଥାରୁଢ଼ ହୋଇଥିଲେ ତିନି ଠାକୁର। କରୋନା କଟକଣା ପାଇଁ ଏଥର ଭକ୍ତଙ୍କୁ ବଡ଼ଦାଣ୍ଡ ଯିବାକୁ ବାରଣ କରାଯାଇଥିବାବେଳେ କେବଳ ନିର୍ଦ୍ଧାରିତ ସଂଖ୍ୟକ ସେବାୟତଙ୍କୁ ନେଇ ଅନୁଷ୍ଠିତ ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ରଥାରୁଢ଼ ୩ ଠାକୁରଙ୍କୁ ଦର୍ଶନ କରିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ।