ବିଧାୟକ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ସଭ୍ୟପଦ ରଦ୍ଦ

ବିଧାୟକ ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ସଭ୍ୟପଦ ରଦ୍ଦ। ଜୟଦେବ ବିଧାୟକ ଅରବିନ୍ଦ ଢାଲିଙ୍କ ସଭ୍ୟପଦ ରଦ୍ଦ ହୋଇଛି । ସେହିପରି ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ସଭ୍ୟପଦ ରଦ୍ଦ ହୋଇଛି ।

ସଭ୍ୟପଦ ରଦ୍ଦ ନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ସଭ୍ୟପଦ କାହିଁକି ରଦ୍ଦ ହୋଇଛି ସ୍ପଷ୍ଟ ଜଣା ପଡ଼ିନାହିଁ। ସମ୍ବିଧାନର ନିୟମ ମୁତାବକ କାର୍ୟ୍ୟାନୁଷ୍ଠାନ ନେବା ସହିତ ବାଚସ୍ପତି ପ୍ରମିଳା ମଲ୍ଲିକ ଜୟଦେବ ବିଧାୟକ ଓ ତେଲକୋଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି । ଏହି ଦୁଇ ବିଧାୟକ ବିଜେଡି ଛାଡିବା ପରେ ମାର୍ଚ୍ଚ ୧୮ ତାରିଖରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଏନେଇ ବାଚସ୍ପତିଙ୍କ ପାଖରେ ପିଟିସନ୍ ଦାୟର କରିଥିଲେ ।

ସୂଚନାଯୋଗ୍ୟ ଯେ, ଗତ ମାସ ୨ ତାରିଖରେ ଅରବିନ୍ଦ ବିଜେଡିରୁ ଇସ୍ତଫା ଦେଇଥିଲେ । ଏହାପରେ ୩ ତାରିଖରେ ସେ ବିଜେପିରେ ସାମିଲ ହୋଇଥିଲେ । ସେହିପରି ଗତ ଫେବୃଆରୀ ମାସ ୯ ତାରିଖରେ ପ୍ରେମାନନ୍ଦ ବିଜେଡିରୁ ଇସ୍ତଫା ଦେଇଥିବା ବେଳେ ପରବର୍ତ୍ତୀ ସମୟରେ ବିଜେପିରେ ସାମିଲ ହୋଇଥିଲେ । ତେଣୁ ଏହି ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିବାକୁ ବାଚସ୍ପତିଙ୍କୁ ବିଜେଡି ପକ୍ଷରୁ ଚିଠି କରାଯାଇଥିଲା ।

ସଭ୍ୟପଦ ରଦ୍ଦକୁ ନେଇ ବିଧାୟକ ଅରବିନ୍ଦ ଢାଲିଙ୍କ ପ୍ରତିକ୍ରିୟା । ସଭ୍ୟପଦ ରଦ୍ଦ କରିବା ସ୍ବାଭାବିକ, ମୋ ପାଇଁ ଯାହା ଅନ୍ୟମାନଙ୍କ ବି ସମାନ’ । ‘ସଭ୍ୟପଦ ରଦ୍ଦ ପୂର୍ବରୁ ପକ୍ଷ ରଖିବାକୁ ସୁଯୋଗ ଦେବାର ଥିଲା ବୋଲି ସେ କହିଛନ୍ତି ।