+୩ର ହେବନି ଦ୍ୱିତୀୟ ଓ ଚତୃର୍ଥ ସେମିଷ୍ଟାର; ପିଜିର ଦ୍ୱିତୀୟ ସେମିଷ୍ଟାର ହେବନି

ଭୁବନେଶ୍ୱର: ଯୁକ୍ତ ତିନିର ହେବନି ଦ୍ୱିତୀୟ ଓ ଚତୃର୍ଥ ସେମିଷ୍ଟାର । ପିଜିର ବି ଦ୍ୱିତୀୟ ସେମିଷ୍ଟାର ହେବନି । ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଆଜି ନେଇ ସୂଚନା ଦେଇଛନ୍ତି । । କହିଲେ, ବିଶ୍ୱବିଦ୍ୟାଳୟରେ ବିକଳ୍ପ ବ୍ୟବସ୍ଥା ଦ୍ୱାରା ପରବର୍ତୀ ସେମିଷ୍ଟାରକୁ ଉନ୍ନତି କରାଯିବ । ପ୍ରଥମ ତର ପାଇଁ ରାଜ୍ୟରେ ଯୁକ୍ତ ତିନି ଓ ପିଜି ସିଲାବସରେ ୨୫ ପ୍ରତିଶତ କୋର୍ସ ଗାଇଡେଡ ସେଲ୍ପ ଷ୍ଟଡି ଦ୍ୱାରା କଭର କରାଯିବ । ଆଜି ଲୋକସଭା ଭବନରେ ୟୁଜି ଓ ପିଜି ସେମିଷ୍ଟାର ପରୀକ୍ଷା ସଂପର୍କରେ ନିଷ୍ପତି ଗ୍ରହଣ କରିବା ନିମନ୍ତେ ରାଜ୍ୟରେ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଭିଡିଓ କନଫରେନ୍ସି ମାଧ୍ୟମରେ ଆଲୋଚନା କରାଯାଇ ଏହି ନିଷ୍ପତି ନିଆଯାଇଛି ।

ସେପଟେ କରୋନା ଯୋଗୁଁ ଦେଶରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ତେବେ ଆସନ୍ତା ଜୁଲାଇ ମାସରୁ ସ୍କୁଲ ଖୋଲିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ସମାଜିକ ଦୂରତା ନିମୟକୁ ବଜାୟ ରଖି ୩୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଖୋଲିବ । ବୟସ୍କ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ ଅନୁମତି ଦିଆଯିବ । ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ ଅନୁମତି ଦିଆଯିବ । ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ଛଆତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ ଅନୁମତି ଦିଆଯିବ ନାହିଁ । ସେମାନଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିପାରେ । ପ୍ରଥମ ଅରେଞ୍ଜ ଓ ଗ୍ରୀନ ଜୋନରୁ ଏହା ଆରମ୍ଭ ହୋଇପାରେ । ଛୋଟ ପିଲା ସାମାଜିକ ଦୂରତା ମାନିବେ ନାହିଁ । ତେଣୁ ସେମାନଙ୍କୁ ସ୍କୁଲ ଆସିବାକୁ ଅନୁମତି ଦିଆଯିବ ନାହିଁ । କରୋନା ପାଇଁ ମାର୍ଚ୍ଚ ୧୬ରୁ ସ୍କୁଲଗୁଡିକ ବନ୍ଦ ରହିଛି ।