ଆବାସ ଯୋଜନା ସ୍ୱଚ୍ଛତା ପାଇଁ ଖୋଲାଯିବ କଲ ସେଣ୍ଟର

ଭୁବନେଶ୍ୱର:ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାରେ ଦୁର୍ନୀିତି ହେଉଛି । ଏହି ଦୁର୍ନୀତିକୁ ମୁକ୍ତ କରିବା ସହ ସ୍ୱଚ୍ଛତା ପାଇଁ କରାଯିବ କଲ ସେଣ୍ଟର । ପ୍ରତି ଜିଲ୍ଲାରେ କଲ ସେଣ୍ଟର ଖୋଲିବା ପାଇଁ ମନ୍ତ୍ରୀ ପ୍ରତାପ ଜେନା ସବୁ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ।

ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନା ପାଇଁ ପ୍ରତି ଜିଲ୍ଲାରେ କଲ ସେଣ୍ଟର ପାଇଁ ବିଭାଗୀୟ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସବୁ ଜିଲ୍ଲାର ପିଡି ଡିଆରଡିଏଙ୍କୁ ନିର୍ଦ୍ଦେଶକ ଚିଠି ଜରିଆରେ ନିର୍ଦ୍ଦେଶ ଦେଇଛନ୍ତି । ହିତାଧିକାରୀଙ୍କୁ ଯାବତୀୟ ସୁବିଧା ଦେବାକୁ କଲ ସେଣ୍ଟର କରାଯିବ । ୫ଟି ମାଧ୍ୟମରେ ସରକାର ପ୍ରତ୍ୟକ୍ଷ ଭାବେ ଲୋକଙ୍କ ଫିଡ଼ବ୍ୟାକ ନେବେ । 

ପ୍ରତିଦିନ ସେହି କଲ ସେଣ୍ଟରରୁ ହିତାଧିକାରୀଙ୍କ ନିକଟକୁ ଟେଲିଫୋନ ଯିବ । ଏଥିରେ କର୍ମଚାରୀମାନେ ହିତାଧିକାରୀଙ୍କୁ ଫୋନ କରି କେହି ହଇରାଣ କରୁଛି କି, କାମ କରାଇବା ପାଇଁ ଟଙ୍କା ମାଗୁଛି କି ଏପରି ପ୍ରଶ୍ନ ପଚାରି ମତ ନେବେ । ଦୈନିକ ଅତି କମରେ ୫୦ଟି ଫୋନ କଲ କରି ଲୋକଙ୍କ ମତାମତ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।