କାଲିଫର୍ଣ୍ଣିଆ ଜଙ୍ଗଲରେ ନିଆଁ

ନୂଆଦିଲ୍ଲୀ:ପୃଥିବୀର ଫୁସଫୁସ୍ କୁହାଯାଉଥିବା ଆମାଜନ ଜଙ୍ଗଲ ପରେ ସଂପ୍ରତି ଆମେରିକା ଜଙ୍ଗଲରେ ଭୀଷଣ ନିଆଁ ଲାଗିଛି। ଗତ ବୁଧବାର  ଆମେରିକା ରାଜ୍ୟ କାଲିଫର୍ଣ୍ଣିଆର ଜଙ୍ଗଲରେ ଏହି ଭୀଷଣ ଅଗ୍ନିକାଣ୍ଡ ଘଟିଛି, ଯାହା ଏବେ ଧିରେ ଧୀରେ ବ୍ୟାପି ଦୁନିଆର ହଲିଉଡ କୁହାଯାଉଥିବା ଲସ୍ ଏଞ୍ଜଲେସ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ସ୍ଥିତି ଏମିତି ଯେ ଅନେକ ଭିଭିଆଇପିଙ୍କୁ ନିଜର ଘର ଖାଲି କରି ଜୀବନ ବଞ୍ଚାଇବା ପାଇଁ ଉକ୍ତ ସ୍ଥାନ ଛାଡ଼ିବାକୁ ପଡ଼ିଛି। ଅଦ୍ୟାବଧି ନିଆଁରେ  ତିନି ଜଣଙ୍କ ପ୍ରାଣହାନୀ ଘଟି ସାରିଛି।

କାଲିଫର୍ଣ୍ଣିଆର ସୋନୋମା କାଉଣ୍ଟି ନିଆଁରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଏହି ଇଲାକା ବିୟର ଓ ମଦ ପାଇଁ ପ୍ରସିଦ୍ଧ ଅଟେ। ଏହାକୁ ଫିନସେଡ୍ ଫାୟର ମଧ୍ୟ କୁହାଯାଏ। ନିଆଁ ଏ ଯାଏ ପ୍ରାୟ ୨୧,୯୦୦ ଏକର ଏରିଆରେ ବ୍ୟାପି ଯାଇଛି। ଲସ୍ ଏଞ୍ଜଲେସ୍ ପର୍ଯ୍ୟନ୍ତ ନିଆଁ ପହଞ୍ଚି ଯାଇଛି। ବାକି ସ୍ଥାନରେ ନିଆଁରେ ଜଙ୍ଗଲ ଧ୍ଵଂସ ହୋଇ ଗଲାଣି। 

ଅନେକ ଭିଭିଆଇପି, ହଲିଉଡ ଅଭିନେତାଙ୍କୁ ଲସ ଏଞ୍ଜଲେସ୍ ସ୍ଥିତ ନିଜ ଘର ଖାଲି କରିବାକୁ ପଡ଼ିଛି। ଲସ୍ ଏଞ୍ଜଲେସର ପ୍ରସିଦ୍ଧ ଗେଟି ସେଣ୍ଟରରେ ଏହି ନିଆଁ ଲାଗିଛି। ପାରିପାର୍ଶ୍ଵିକ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରାୟ ୧୦ ହଜାର ଘର ଖାଲି କରିବାକୁ ଆଦେଶ ଦିଆଯାଇଛି। 

ନିଆଁରେ ପୂର୍ବ କାଲିଫର୍ଣ୍ଣିଆରେ ସ୍ଥିତ ମଦ ତିଆରି କରୁଥିବା ପ୍ରାୟ ୧୫୦ ପୁରୁଣା ଫ୍ୟାକ୍ଟ୍ରି ପୋଡ଼ି ପାଉଁଶ ହୋଇ ଯାଇଛି। ଭିଆଇପିଙ୍କ ବଡ଼ ବଡ଼ କୋଠି ମଧ୍ୟ ଜଳିପୋଡ଼ି ପାଉଁଶ ହୋଇ ଯାଇଛି। ଏଥିରେ ଅଧିକାଂଶ ସେଲିବ୍ରିଟିଙ୍କ ଘର ରହିଛି। 

ଜଙ୍ଗଲରେ ନିଆଁ ଲାଗିବା କାରଣରୁ ବାୟୁ ପ୍ରଦୂଷଣର ସ୍ତର ବୃଦ୍ଧି ପାଇବାରେ ଲାଗିଛି। ଅନେକ ସ୍କୁଲ ବନ୍ଦ କରି ଦିଆଯାଇଛି। ପୂର୍ବରୁ ରାଜ୍ୟରେ ଜରୁରୀକାଳୀନ ସ୍ଥିତି ଲାଗୁ ହୋଇ ସାରିଛି। କାଲିଫର୍ଣ୍ଣିଆର ସାନ୍ତା ମୋନିକା ଓ ମାଲିବୁ ସହରର ପ୍ରାୟ ୧୦ ହଜାର ପିଲା ସ୍କୁଲ ଯାଇନପାରି ଘରେ ରହିବାକୁ ପଡ଼ିଛି।