ସାରଦା ଚିଟଫଣ୍ଡ ମାମଲା: ରାଜୀବ କୁମାରଙ୍କୁ ଗିରଫ କରି ପାରିବ ସିବିଆଇ

କୋଲକାତା :ସାରଦା ଚିଟ ଫଣ୍ଡ ମାମଲାରେ କୋଲକାତା ହାଇକୋର୍ଟ ପୂର୍ବତନ କମିଶନର ରାଜୀବ କୁମାରଙ୍କ ଗିରଫଦାରୀ ଉପରେ ଲାଗି ଥିବା ପ୍ରତିବନ୍ଧକକୁ ହଟାଇଛନ୍ତି । ଏହାପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଚାହିଁଲେ ରାଜୀବ କୁମାରକୁ ଗିରଫ କରିପାରିବେ । ହାଇକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ତଦନ୍ତକାରୀ ସଂସ୍ଥାର ଗିରଫଦାରୀକୁ ସଠିକ ବୋଲି ଦର୍ଶାଯିବା ଦରକର ।  

ସର୍ବୋଚ୍ଚ ନ୍ୟାୟାଳୟ ମଇ ୨୦୧୪ ମସିହାରେ ସୁଦୀପ୍ତ ସେନଙ୍କ ସାରଦା ଗ୍ରୁପ ସହିତ ଅନ୍ୟ ଚିଟଫଣ୍ଡ ଘୋଟାଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଥିଲେ । ଏହି ଘୋଟାଲାରେ ନିବେଶକଙ୍କ ପ୍ରାୟ ୨୫୦୦ କୋଟି ଟଙ୍କାକୁ ଲୁଟି ନିଆଯାଇଥିଲା । ରାଜୀବ କୁମାର ୨୦୧୩ ମସିହାରେ ବିଧାନନଗର ଏସପି ଥିବା ସମୟରେ ଏହି ଘୋଟାଲା ଗୁମର ଖୋଲିଥିଲା ।

ପୂର୍ବତନ କୋଲକାତାର ପୋଲିସ କମିଶନର ରାଜୀବ କୁମାର ଚିଟଫଣ୍ଡ ଘୋଟଲାରେ ପଚରାଉଚୁର କରିବା ପାଇଁ ସିବିଆଇ ଟିମକୁ ପୋଲିସ ନଜି ଅଧିନକୁ ନେଇଥିଲା । ସିବିଆଇର ପାଞ୍ଚ ଜଣ ଅଧିକାରୀଙ୍କୁ କୋଲକାତା ପୋଲିସ ଗିରିଫ କରି ଥାନାରେ ରଖିଥିଲେ । ପୂର୍ବତନ କମିଶନର ରାଜୀବ କୁମାର ସାରଦା ଏବଂ ରୋଜ ଭ୍ୟାଲି ସ୍କାମର ତଦନ୍ତ କରିଥିଲେ । ସିବିଆଇକୁ ଏହି ମାମଲର ଯାଞ୍ଚ ସହ ଜଡିତ ଥିବା ଦସ୍ତାବିଜ ଦରକାର ।

୧୯୮୯ ବ୍ୟାଚର ଆଇପିଏସ ଅଫିସର ରାଜୀବ କୁମାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀଙ୍କ ନିକଟତର । ରାଜୀବ କୁମାର ୨୦୧୩ରେ ସାରଦା ଚିଟଫଣ୍ଡ ଘୋଟଲା ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ସ୍ପେସାଲ ଇନଭେଷ୍ଟିକେସନ ଟିମର ଅଧ୍ୟକ୍ଷ ଥିଲେ । ରାଜୀବଙ୍କ ଉପରେ ଯାଞ୍ଚ ସମୟରେ ତଦନ୍ତରେ ହେରଫେର କରିବାର ଅଭିଯୋଗ ରହିଛି ।

ଏସଆଇଟିର ଅଧ୍ୟକ୍ଷ ଥିବା ସମୟରେ ରାଜୀବ କୁମାର ଜମ୍ମୁ ଓ କଶ୍ମୀରରୁ ସାରଦା ମୁଖ୍ୟ ସୁଦିପ୍ତ ସନେ ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିଥିଲେ ଏବଂ ତାଙ୍କଠାରୁ ମିଳିଥିବା ଗୋଟିଏ ଡାଏରୀକୁ ଗାଏବ କରିଦେଇଥିଲେ । ଏହି ଡାଏରୀରେ ସେହି ସବୁ ନେତାଙ୍କ ନାଁ ରହିଥିଲା ଯେଉଁମାନେ ଚିଟଫଣ୍ଡ କମ୍ପାନୀଙ୍କଠାରୁ ଟଙ୍କା ନେଇଥିଲେ । ଏହି ମାମଲାରେ କୋର୍ଟଙ୍କ ଆଦେଶ ଉପରେ ସିବିଆଇ ରାଜୀବ କୁମାରଙ୍କୁ ଅଭିଯୁକ୍ତ କରିଥିଲା ।

ପଶ୍ଚିମବଙ୍ଗର ଚର୍ଚ୍ଚିତ ଚିଟଫଣ୍ଡ ଘୋଟାଳା ୨୦୧୩ରେ ସାମ୍ନାକୁ ଆସିଥିଲା । ୩ ହଜାର କୋଟି ଟଙ୍କାର କଥିତ ରୁପେ ଘୋଟାଲାର ଖୁଲାସା ଏପ୍ରିଲ ୨୦୧୩ରେ ହୋଇଥିଲେ । ଅଭିଯୋଗ ଥିଲା ଯେ ସାରାଦା ଗ୍ରୁପର କମ୍ପାନୀ ଗୁଡିକ ନିବେଶକ ମାନଙ୍କ ଟଙ୍କା ହଡପ କରିଥିଲା ଏବଂ ଟଙ୍କା ଫେରାଇ ନଥିଲେ । ଏହି ଘୋଟାଲାକୁ ନେଇ ପଶ୍ଚମିବଙ୍ଗ ସରକାର ଉପରେ ପ୍ରଶ୍ନ ଉଠିଥିଲା ।