ବିଧାନସଭାରେ ଉପସ୍ଥାପନ ହେଲା 2020 ଆର୍ଥିକ ବର୍ଷର ସିଏଜି ରିପୋର୍ଟ

ଭୁବନେଶ୍ୱର: ବିଧାନସଭାରେ ଉପସ୍ଥାପନ ହେଲା 2020 ଆର୍ଥିକ ବର୍ଷର ସିଏଜି ରିପୋର୍ଟ । ରିପୋର୍ଟ ଅନୁଯାୟୀ 2019-20 ରେ 24 ଟି ସରକାରୀ କମ୍ପାନୀ ଓ ନିଗମ ଲାଭ ହେଉଛି 1686.08 କୋଟି ଟଙ୍କା । ପୂର୍ବ ବର୍ଷ 18-19 ରେ 22 ଟି ସରକାରୀ କମ୍ପାନୀ ଓ ନିଗମ ରେ 1174.30 କୋଟି ଟଙ୍କା ଥିଲା । 18-19 ତୁଳନାରେ 19-20 ରେ 12.51 ପ୍ରତିଶତ ଅଧିକ ହୋଇଛି । ସେହିପରି 2019-20 ରେ 7 ଟି ସରକାରୀ କମ୍ପାନୀ ଓ ନିଗମ ମାନଙ୍କର କ୍ଷତି ହେଉଛି 304.52 କୋଟି ଟଙ୍କା । 13 ଟି ସରକାରଙ୍କ ନିୟନ୍ତ୍ରିତ କମ୍ପାନୀ ମାନଙ୍କ।ମଧ୍ୟରୁ 8 ଟି କମ୍ପାନୀ 4.65 କୋଟି ଟଙ୍କା ଲାଭ କରିଥିଲେ । ଏବଂ 3 ଟି କମ୍ପାନୀ 24.41 କୋଟି ଟଙ୍କାର କ୍ଷତି ସହିଥିଲେ । 31 ମାର୍ଚ୍ଚ 2020 ସୁଦ୍ଧା 33 ଟି ସରକାରୀ କମ୍ପାନୀ ଏବଂ ନିଗମ ମାନଙ୍କ ମଧ୍ୟରୁ 11 ଟି କମ୍ପାନୀ 5787.34 କୋଟି ଟଙ୍କାର କ୍ଷତି ସହିଥିଲେ । 63 ଟି ସରକାରୀ କମ୍ପାନୀ ଓ 3 ଟି ନିଗମ ଏବଂ 16 ଟି ସରକାରୀ ନିୟନ୍ତ୍ରିତ ଅନ୍ୟ କମ୍ପାନୀ ସିଏଜି ସମୀକ୍ଷା କରିଥିଲେ ।

ଓଏମସି ବକ୍ସାଇଟ ଉତ୍ପାଦନ ର ଖର୍ଚ୍ଚ ଆକଳନ କମ କରିଥିବା ରୁ 61.07 କୋଟି ଟଙ୍କାର ରାଜସ୍ୱ ହରାଇଛନ୍ତି ସରକାର ।

ଓଡିଶା ନିର୍ମାଣ ନିଗମର ଚଞ୍ଚକତା କୁ ଧରିଛନ୍ତି ସିଏଜି । ସିମେଣ୍ଟ ର କାଳ୍ପନିକ ଯୋଗାଣ ବାବଦରେ 2.45 କୋଟି ଟଙ୍କା ପରିଶୋଧ କରି ଠିକା ଦାର ଙ୍କୁ ଅହେତୁକ ଅନୁକମ୍ପା ଦେଖାଇଛନ୍ତି ।

ସରକାରଙ୍କ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବିଫଳ ହୋଇଥିବା ଧରିଲେ ସିଏଜି । ୪୮୫ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରୁ ୧୯୧ଟି ସଫଳ ହୋଇନାହିଁ । ଯାହା ଦ୍ୱାରା ବିଭାଗ ୧୩.୧୭କୋଟି ଟଙ୍କା କ୍ଷତି ସହିଛି । ସହରାଞ୍ଚଳ ରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ରେ ତାର ତମ୍ୟ ନଥିବାରୁ ୩୯.୮୦କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ହୋଇଛି । ସହରାଞ୍ଚଳ ରେ ବୃକ୍ଷ ରୋପଣ ରେ ବାଡ଼ ନିର୍ମାଣ ଓ ରକ୍ଷଣାବେକ୍ଷଣ ପାଇଁ ପାଣ୍ଠି ର ଆବଣ୍ଟନରେ ଅନିୟମିତତାକୁ ଧରିଛନ୍ତି ସିଏଜି । 14.82 କୋଟି ଟଙ୍କାର ଅନିୟମିତତା କୁ ଧରିଛନ୍ତି ସିଏଜି । କେଉଁଠି ବୃକ୍ଷ ରୋପଣ କରାଯିବ ତାହା ଠିକ ଭାବେ ଚିହ୍ନଟ କରା ନ ଯାଇ ବୃକ୍ଷ ରୋପଣ ହେଉଥିବା ରୁ ସରକାରଙ୍କ ଏହି କାର୍ଯ୍ୟ କ୍ରମ ବିଫଳ ହୋଇଥିବା କହିଛନ୍ତି ସିଏଜି । ଫୁଟପାତ ରେ ବୃକ୍ଷ ରୋପଣ, ଟ୍ରେନଜ ଗୁଡିକୁ ଢାଲୁ ସହ ପ୍ରପେଣ୍ଡକୁଲାର ଭାବେ ଖୋଳା ଯାଇ ନଥିଲା । ଯେଉଁଥି ପାଇଁ 68.36 କୋଟି ଟଙ୍କା ଅକାରଣରେ ଖର୍ଚ୍ଚ ହୋଇଛି । ବିଭିନ୍ନ ଉପାଦାନ ପାଇଁ ଜଙ୍ଗଲ ବିଭାଗ ବ୍ୟୟ ନିୟମ କୁ ଉଲଂଘନ କରି ଅଧିକ ଟଙ୍କା ଖର୍ଚ୍ଚ କରିଛି । ଯେଉଁଥି ପାଇଁ 99 ଲକ୍ଷ ଟଙ୍କା କ୍ଷତି ହୋଇଛି।

cag report laid in odisha assembly