ରେଲଓ୍ଵେ କର୍ମଚାରୀଙ୍କ ପାଇଁ ଖୁସି ଖବର; ସରକାର ଦେବେ ୭୮ ଦିନର ବୋନସ୍

ନୂଆଦିଲ୍ଲୀ:କେନ୍ଦ୍ର ସରକାର ବୁଧବାର କ୍ୟାବିନେଟ୍ ବୈଠକରେ ଦୁଇଟି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାର ପାର୍ବଣ ଋତୁ ପୂର୍ବରୁ ରେଲଓ୍ଵେ କର୍ମଚାରୀଙ୍କ ପାଇଁ ବୋନସ ଘୋଷଣା କରିଥିବା ବେଳେ ଅନ୍ୟ ପଟେ ଇ-ସିଗାରେଟକୁ ସଂପୂର୍ଣ୍ଣ ଭାବେ ନିଷିଦ୍ଧ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ଦୁଇଟି ନିଷ୍ପତ୍ତି ଉପରେ ମୋହର ବାଜିଛି।

କେନ୍ଦ୍ର ସରକାର ପାର୍ବଣ ପୂର୍ବରୁ ରେଲଓ୍ଵେ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା କରିଛନ୍ତି। ବୁଧବାର କ୍ୟାବିନେଟ୍ ବୈଠକରେ ରେଲଓ୍ଵେ କର୍ମଚାରୀଙ୍କୁ ୭୮ ଦିନର ବେତନ ବରାବର  ବୋନସ୍ ଦେବାକୁ ଘୋଷଣା କରିଛନ୍ତି। ଏଥିରେ ୧୧ ଲକ୍ଷରୁ ଅଧିକ କର୍ମଚାରୀ ଲାଭାନ୍ଵିତ ହେବେ। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ଯେ ପ୍ରଥମ ଥର କ୍ରମାଗତ ଷଷ୍ଠ ବର୍ଷ ରେଲଓ୍ଵେ କର୍ମଚାରୀଙ୍କୁ ବୋନସ୍ ଦିଆଯାଉଛି। ବୋନସ୍ ଦେବାରେ ସରକାରଙ୍କ ରାଜସ୍ଵରେ ୨୦୨୪ କୋଟି ଟଙ୍କାର ବୋଝ ପଡ଼ିବ।