ଆଧାର ଏବଂ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ, ୨୦୧୯କୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ:ସାଧାରଣ ଲୋକଙ୍କ ପାଇଁ ଆଧାରକୁ ଅଧିକ ଅନୁକୂଳ କରିବା ଲାଗି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ
କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି “ଆଧାର ଏବଂ
ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ, ୨୦୧୯”କୁ ମଞ୍ଜୁର କରିଛନ୍ତି । ଏହା ଆଧାର ଏବଂ ଅନ୍ୟାନ୍ୟ ଆଇନ
(ସଂଶୋଧନ) ଅଧ୍ୟାଦେଶ, ୨୦୧୯ର ସ୍ଥାନ ନେବ । ସଂଶୋଧିତ ପ୍ରସ୍ତାବଗୁଡ଼ିକ ୨ ମାର୍ଚ୍ଚ, ୨୦୧୯ରେ ରାଷ୍ଟ୍ରପତିଙ୍କ
ଦ୍ୱାରା ଜାରି କରାଯାଇଥିବା ଅଧ୍ୟାଦେଶ ପ୍ରସ୍ତାବ ଅନୁରୂପ । ଆଗାମୀ ସଂସଦ ଅଧିବେଶନରେ ଏହି ବିଲ ଆଗତ
କରାଯିବ । ଆଧାରକୁ ଜନଉପଯୋଗୀ ଏବଂ ନାଗରିକ କୈନ୍ଦ୍ରିକ କରିବା ପ୍ରୟାସରେ ଏହି ନିଷ୍ପତି ଦୀର୍ଘସ୍ଥାୟୀ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି ।
ପ୍ରଭାବ :
 ଏହି ନିଷ୍ପତି ଦ୍ୱାରା ଜନସାଧାରଣଙ୍କ ସ୍ୱାର୍ଥ ପୂରଣ ଏବଂ ଆଧାର ଦୂରୁପଯୋଗ ରୋକିବା ଲାଗି
ୟୁଆଇଡିଏଆଇକୁ ଅଧିକ ସୁଦୃଢ଼ ବ୍ୟବସ୍ଥା ମିଳିପାରିବ ।
 ଏହି ସଂଶୋଧନ ଫଳରେ, କୌଣସି ବ୍ୟକ୍ତିକୁ ଆଧାର ନମ୍ବର ଧାରଣ କରିବାର ପ୍ରମାଣ ଦେବା କିମ୍ବା ଏହି
ଉଦ୍ଦେଶ୍ୟ ଲାଗି ପ୍ରାମାଣିକତା ଦେଇ ଗତି କରିବା ଲାଗି ବାଧ୍ୟ କରାଯାଇପାରିବ ନାହିଁ । କେବଳ ସଂସଦରେ
ଆସିଥିବା ଆଇନର ବ୍ୟବସ୍ଥା ଅନୁଯାୟୀ ଆଧାର ତଥ୍ୟ ଦିଆଯିବ ।
 ଜନସାଧାରଣଙ୍କୁ ବ୍ୟାଙ୍କ ଆକାଉଂଟ ଖୋଲିବାରେ ସୁବିଧା ପ୍ରଦାନ କରିବା ଲାଗି, ସ୍ୱେଚ୍ଛାକୃତ ଭାବେ ଆଧାର
ନମ୍ବର ଉପଯୋଗ କରିବା ଲାଗି ପ୍ରସ୍ତାବିତ ସଂଶୋଧନରେ ବ୍ୟବସ୍ଥା ରହିଛି । ଟେଲିଗ୍ରାଫ ଆଇନ
୧୮୮୫ ଏବଂ ବେଆଇନ ଅର୍ଥ କାରବାର ନିଷେଧ ଆଇନ, ୨୦୦୨ ଅଧୀନରେ ଏହାକୁ କେୱାଇସି
ଡକ୍ୟୁମେଂଟ ଭାବେ ଗ୍ରହଣ କରାଯିବ ।
ସଂଶୋଧନରେ ରହିଥିବା ପ୍ରମୁଖ ବିଶେଷତ୍ୱ ନିମ୍ନରେ ଦିଆଗଲା-
 ପ୍ରାମାଣୀକରଣ କିମ୍ବା ଅଫଲାଇନ ଯାଂଚ ନିମନ୍ତେ ଆଧାର ନମ୍ବର ଦେବା ଲାଗି ଆଧାରନମ୍ବରଧାରୀଙ୍କୁ
ଇଚ୍ଛାଧୀନ ଅଧିକାର ପ୍ରଦାନ;
 ଜଣେ ବ୍ୟକ୍ତିଙ୍କ ବାସ୍ତବ ଆଧାର ନମ୍ବର ଲୁଚାଇବା ପାଇଁ ୧୨ ସଂଖ୍ୟା ବିଶିଷ୍ଟ ଆଧାର ନମ୍ବର ଏବଂ ବିକଳ୍ପ
ଭର୍ଚୁଆଲ ପରିଚୟ ଉପଯୋଗ କରିବାର ବ୍ୟବସ୍ଥା;
 ୧୮ ବର୍ଷରେ ଉପନୀତ ହେବା ପରେ ଆଧାର ନମ୍ବର ବାତିଲ କରିବା ଲାଗି ଆଧାର ନମ୍ବରଧାରୀ ଶିଶୁଙ୍କ
ପାଇଁ ବିକଳ୍ପ ବ୍ୟବସ୍ଥା;
 କର୍ତୃପକ୍ଷଙ୍କ ଦ୍ୱାରା ବିଶେଷ ଭାବେ ଦିଆଯାଇଥିବା ଗୋପନୀୟତା ଏବଂ ସୁରକ୍ଷା ମାନକକୁ ପାଳନ
କରୁଥିବା କ୍ଷେତ୍ରରେ ସଂସ୍ଥାଗୁଡ଼ିକ କେବଳ ଆଧାରର ପ୍ରାମାଣୀକରଣ କରିପାରିବେ । ତେବେ ଏହି
ପ୍ରମାଣୀକରଣ ସଂସଦର କୌଣସି ଆଇନ ଏବଂ କିମ୍ବା କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟର ସ୍ୱାର୍ଥ ପାଇଁ
ଅନୁମୋଦନ ଆଧାରରେ ହେବା ଆବଶ୍ୟକ;
 ଟେଲିଗ୍ରାଫ ଆଇନ ୧୮୮୫ ଏବଂ ବେଆଇନ ଅର୍ଥ କାରବାର ନିଷେଧ ଆଇନ, ୨୦୦୨ ଅଧୀନରେ
ଏହାକୁ କେୱାଇସି ଡକ୍ୟୁମେଂଟ ଭାବେ ଉପଯୋଗ କରିବା ଲାଗି ଇଚ୍ଛାଧୀନ ଭାବେ ଆଧାରର
ପ୍ରାମାଣିକରଣ କରାଯାଇପାରିବ;
 ଘରୋଇ ସଂସ୍ଥା ଦ୍ୱାରା ଆଧାରର ଉପଯୋଗ ସଂକ୍ରାନ୍ତ ଆଧାର ଆଇନର ଧାରା ୫୭ ଉଚ୍ଛେଦ;
 ଭାରତୀୟ ବିଶିଷ୍ଟ ପରିଚୟ ପତ୍ର ପ୍ରାଧିକରଣ ପାଣ୍ଠି ପ୍ରତିଷ୍ଠା ଲାଗି ବ୍ୟବସ୍ଥା
 ଆଧାର ବ୍ୟବସ୍ଥାରେ ଆଧାର ଆଇନ ଏବଂ ବ୍ୟବସ୍ଥାର ଉଲ୍ଲଙ୍ଘନ କ୍ଷେତ୍ରରେ ଦଣ୍ଡବିଧାନ, ବିଚାର ଏବଂ
ଆବେଦନର ବ୍ୟବସ୍ଥା ।