କେନ୍ଦ୍ର କ୍ୟାବିନେଟ ବୈଠକ: ୩ ବଡ ଆର୍ଥିକ ନିଷ୍ପତି
ନୂଆଦିଲ୍ଲୀ: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ହୋଇଛି । ଏହି ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ବାଦିକ ସମ୍ମିଳନୀ କରି ନିଆଯାଇଥିବା ନିଷ୍ପତି ସମ୍ବନ୍ଧରେ ସୂଚନା ଦେଇଛନ୍ତି ।
-ସାର୍ବଜନୀନ କ୍ଷେତ୍ରର ୧୦ ବ୍ୟାଙ୍କ ମିଶ୍ରଣକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ । ୨୦୨୦ ଏପ୍ରିଲ ପହିଲାରୁ ଏହି ୧୦ ବ୍ୟାଙ୍କକୁ ୪ ବ୍ୟାଙ୍କରେ ପରିଣତ କରାଯିବ ।
-ସେହିପରି ନଗର ବିମାନ କ୍ଷେତ୍ରରେ ଏଫଡିଆଇ ନୀତିକୁ ମଞ୍ଜୁରୀ ସହ ଏୟାର ଇଣ୍ଡିଆରେ ୧୦୦ ପ୍ରତିଶତ ଏଫଡିଆଇ ପାଇଁ ଗ୍ରୀନ ସିଗନାଲ ଦେଇଛି ।
-କମ୍ପାନୀ ଆଇନରେ ୭୨ଟି ପରିବର୍ତନକୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ । ଏଥିସହ ୬୫ଟି ଆଇନକୁ ସଂଶୋଧନ ପାଇଁ ଦର୍ଶାଇଛି । ୫୦ ଲକ୍ଷ ଟଙ୍କା ବା ତାଠାରୁ କମ ଖର୍ଚ୍ଚ କରୁଥିବା କମ୍ପାନୀ ପାଖରେ ସିଏସଆର ସମିତି ନାହିଁ । ।