ମଧ୍ୟପ୍ରଦେଶରେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ କରୋନା

ଭୋପାଳ: ମଧ୍ୟପ୍ରଦେଶ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଅରବିନ୍ଦ ଭଦୋରିଆଙ୍କୁ କରୋନା । ତାଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏହାପରେ ତାଙ୍କୁ ଭୋପାଳ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଅରବିନ୍ଦ ଭଦୋରିଆଙ୍କ ପାଖରେ କରୋନା ସଂକ୍ରମଣର କୌଣସି ଲକ୍ଷଣ ନଥିଲା । ଗତକାଲି ମଧ୍ୟପ୍ରଦେଶ ସରକାରଙ୍କ କ୍ୟାବିନେଟ୍ ବୈଠକରେ ସେ ସାମିଲ ଥିବା ସୂଚନା ମିଳିଛି ।

ସେହିପରି ଲକ୍ଷ୍ନୌରେ ରାଜ୍ୟପାଳ ଲାଲ ଜୀ ଟଣ୍ଡନଙ୍କ ଶେଷକୃତ୍ୟରେ ବି ମନ୍ତ୍ରୀ ଭଦୋରିଆ ଉପସ୍ଥିତ ଥିଲେ । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ଯିବା ପାଇଁ କୁହାଯାଇଛି ।