ମଙ୍ଗଳବାର ବସିବ କ୍ୟାବିନେଟ ବୈଠକ

ଭୁବନେଶ୍ୱର: ମଙ୍ଗଳବାର ବସିବ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ବସିବ ବୈଠକ । ୨୯ ରୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିବା ବେଳେ କିଛି ଗୁରୁତ୍ୱପୂର୍ଣ୍ଣ ବିଲ ଆସିପାରେ।

ବିଲ ପାରିତ ପୂର୍ବରୁ କ୍ୟାବିନେଟ ଏହାକୁ ଅନୁମୋଦନ ଦେବ । ବିଶେଷକରି ସମସ୍ତଙ୍କ ନଜର ରହିଛି ପୌର ନିର୍ବାଚନ ସଂଶୋଧନ ବିଲ। ଏନେଇ ବୈଠକରେ ଆଲୋଚନା ହୋଇପାରେ ।