କ୍ୟାବିନେଟ ବୈଠକ: ୨୨ଟି ପ୍ରସ୍ତାବ ଉପରେ ଲାଗିଲା ମୋହର

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୨୨ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି। ଏହି ନିଷ୍ପତି ସଂପର୍କରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ନବୀନ ସରକାରଙ୍କ ପଂଚମ ପାଳିର ପ୍ରଥମ ବର୍ଷ ପୂର୍ତିରେ ଆଜି ବସିଥିବା ଏହି ବୈଠକରେ କରୋନାଗସ୍ତ ଅର୍ଥନୀତିକୁ ସୁଧାରିବା ପାଇଁ ବିଭନ୍ନ ଆଲୋଚନା ହେବା ସହ ଏହି ବୈଠକରେ ୨୨ଟି ପ୍ରସ୍ତାବ ଉପରେ ଲଗାଇଛି କ୍ୟାବିନେଟ ମୋହର ।

ନଜର ପକାନ୍ତୁ କେଉଁ ୨୨ଟି ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍ ମୋହର..

• ପର୍ଯ୍ୟଟନ ପ୍ରକଳ୍ପ ଲାଗି ଇଡକୋ ଜମି ଯୋଗାଇ ଦେବ । ହୋଟେଲ, ରେଷ୍ଟୁରାଂଟ ଲାଗି ଜମି ଯୋଗାଇ ଦେବ ଇଡକୋ ।

• ଅଣ୍ଡର ଗ୍ରାଜୁଏଟ୍ କୋର୍ସକୁ ମିଳିବ ପ୍ରଫେସନାଲ କୋର୍ସର ମାନ୍ୟତା ।

• ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ କାର୍ଯ୍ୟକ୍ରମରେ ପିଲାଙ୍କୁ ମିଳିବ ସହାୟତା । ୩ରୁ ୬ ବର୍ଷ ପିଲାଙ୍କୁ ମାଗଣାରେ ଯୋଗାଇ ଦିଆଯିବ ଜୋତା ଏବଂ ସ୍ୱେଟର ।

• ଆସ୍କା ସୁଗାର କୋଅପରେଟିଭ ସୋସାଇଟିକୁ ୧୫ କୋଟି ଟଙକାର ସହାୟତା । କ୍ୟାସ୍ କ୍ରେଡିଟ୍ ଆକାରରେ ଋଣ ନେବାକୁ କ୍ୟାବିନେଟ ଅନୁମୋଦନ । ଏହି ଟଙ୍କା ଆଖୁ ଚାଷୀଙ୍କୁ ପ୍ରଦାନ କରିବ ଆସ୍କା କୋପରେଟିଭ ସୁଗାର ଲି. ।

• ଶକ୍ତି ବିଭାଗ ଅଧିନକୁ ଆସିବ ଓରେଡା । ଓରେଡା- ଓଡିଶା ଅକ୍ଷୟ ଷକ୍ତି ଉନ୍ନୟନ ଏଜେନ୍ସି ।

• ସୋସାଇଟ ଆକ୍ଟରେ ପରିବର୍ତ୍ତନା । ପ୍ରତି ୫ ବର୍ଷରେ ନବୀକରଣ କରିବାକୁ ପଡିବ । ଅଡିଟିର ମଧ୍ୟ ବ୍ୟବସ୍ଥା କରାଗଲା । ଏବଂ ଯଦି କୌଣସି ବିବାଦ ହୁଏ ତେବେ ଏନେଇ ଏକ ସ୍ୱତନ୍ତ୍ର ଫୋରମରେ ଅଭିଯୋଗ କରିପାରିବେ ଅଭିଯୋଗକାରୀ ।

• ଏଗ୍ରିକଲଚର ଆକ୍ଟ ୧୯୫୬ରେ ସଂଶୋଧନକୁ ଅନୁମୋଦନ । ଇ-ମାର୍କେଟ ଜରିଆରେ ଉତ୍ପାଦନକୁ ବିକି ପାରିବେ ଚାଷୀ ।

• କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟକୁ ୧ ଟଙ୍କା ଭଡାରେ ଦିଆଯିବ ଜମି । ଗ୍ରାମାଂଚଳ ଲୋକଙ୍କ ଆର୍ଥିକ ବ୍ୟବସ୍ଥା ଉନ୍ନତି ଲାଗି ପ୍ରସ୍ତାବ ଗୃହିତ ।

• ବାଲେଶ୍ୱର ଜିଲ୍ଲା ସଦର ତହସିଲରେ ହିଡିଗାଁରେ ୩ ଏକର ୫୦ ଡେସିମିଲ ଜାଗାରେ ଏନଡିଆରଏଫର ଗୋଟିଏ କଂପାନୀର ଏକ ହେଡକ୍ୱାଟର କରାଯିବା ନେଇ ଅନୁମତି ।