ଉତରପ୍ରଦେଶରେ ସିଏଏ ହିଂସା: ଆଜି ବନ୍ଦ ରହିବ ସମସ୍ତ ଶିକ୍ଷାନୁଷ୍ଠାନ

ଲକ୍ଷେ୍ନø: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଉତରପ୍ରଦେଶରେ ହିଂସା ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ଏହି କାରଣରୁ ୬ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମାତ୍ର ପୋଲିସ ହିଂସା କାରଣରୁ ଏହି ମୃତ୍ୟୁ ହୋଇଥିବା କଥାକୁ ଅସ୍ୱୀକାର କରିଛି । ତେବେ ରାଜ୍ୟର ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଆଜି ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ଉତରପ୍ରଦେଶରେ ଗୁରୁବାର ପରେ ଶୁକ୍ରବାର କିଛି ଜିଲ୍ଲାରେ ହିଂସା ଅଧିକ ଦେଖିବାକୁ ମିଳିଥିଲା । ପ୍ରଦର୍ଶନକାରୀଙ୍କ ମାତ୍ରା ଅଧିକ ହେବାରୁ ପୋଲିସକୁ ଲାଠି ଚାଳନା କରିବାକୁ ପଡ଼ିଥିଲା । ପ୍ରଶାସନକୁ ଅନେକ ଜିଲ୍ଲାରେ ଇଂଟରନେଟ୍  ସେବାକୁ ବନ୍ଦ ରଖିବାକୁ ପଡ଼ିଥିଲା । ଏଥି ସହିତ ରାଜ୍ୟର ସମସ୍ତ ସ୍କୁଲ-କଲେଜକୁ ଶନିବାର ବନ୍ଦ ରଖିବା ପାଇଁ ଘୋଷଣା କରିବାକୁ ପଡ଼ିଥିଲା ।

ରିପୋର୍ଟ ଅନୁସାରେ ରାଜ୍ୟ ସରକାରଙ୍କ ଜଣେ ମୁଖପାତ୍ର କହିଛନ୍ତି, ଉତରପ୍ରଦେଶରେ ଶନିବାର ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏହା ପୂର୍ବରୁ ଗୁରୁବାର ଓ ଶୁକ୍ରବାର ମଧ୍ୟ ସମସ୍ତ ସ୍କୁଲ-କଲେଜ ବନ୍ଦ ଥିଲା ।