ନାଗରିକତା ସଂଶୋଧନ ଆଇନ, ଏକ ସକାରତ୍ମକ ବିଶ୍ଲେଷଣ

।। ସୁଜାତା ପାଢ଼ୀ।।

 ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର। ଭାରତ ଏକ ହିନ୍ଦୁ ବହୁଳ ରାଷ୍ଟ୍ର ମଧ୍ଯ। ବିଭିନ୍ନ ସମୟରେ ବିଭିନ୍ନ ଧର୍ମର ଲୋକ ଏଠାକୁ ଆସିଛନ୍ତି। ଆମକୁ ଶାସନ କରିଛନ୍ତି। ସମୟକ୍ରମେ ଦୁଃଖଦ ପରିସ୍ଥିତିରେ ଆମ ଦେଶ ବିଭାଜନ ହୋଇଛି । ହିନ୍ଦୁ, ଜୈନ, ବୌଦ୍ଧ ଅନେକ ଧର୍ମ ଯାହାଙ୍କ ମୂଳ ଭୂମି ଭାରତ ସେମାନେ ଅନ୍ୟ ଦେଶରେ ନିଜକୁ ସୁରକ୍ଷିତ ମଣିଲେ ନାହିଁ। ଅନେକ ଭାରତକୁ ଆସିଛନ୍ତି ଶରଣ ନେଇଛନ୍ତି। ଅନେକ ବିଭିନ୍ନ କାରଣରୁ ଆସି ପାରନ୍ତି ନାହିଁ। ପ୍ରତାରିତ ନିର୍ଯାତନା ସହି ନିଜ ଜୀବନ ହରାଇ ଛନ୍ତି। ସେମାନଙ୍କର ଉତ୍ତର ଦାୟିତ୍ୱ ନେବା ପାଇଁ ଭାରତଠୁ ଅପେକ୍ଷା ରଖିଥିଲେ। ନାଗରିକତା ସଂଶୋଧନ ଆଇନ ସେଭଳି ଏକ ପ୍ରକ୍ରିୟା। କିଛି ପ୍ରତାରିତଙ୍କୁ ସୁରକ୍ଷା ତ କିଛି ଶରଣାର୍ଥୀଙ୍କୁ ସହଯୋଗ ର ହାତ ବଢାଯାଇଛି। ଯେଉଁମାନେ ସାହାଯ୍ୟ ମାଗିବେ ସେମାନଙ୍କୁ ସୁରକ୍ଷା ସହ ପରିଚୟ ମିଳିବ। ସେହିପରି ତସଲିମା ନସରିନ୍, ଆଦନାନ ଶାମ୍ମୀ ମଧ୍ଯ ଆମ ଦେଶ ସ୍ବୀକାର କରିଛି। 

ଯେଉଁ ମାନେ ବିନା କାରଣରେ ଆମ ଦେଶରେ ମନ୍ଦ ଉଦେଶ୍ଯରେ ଆସିଛନ୍ତି ସେମାନଙ୍କୁ ଭୟ ଘାରିଛି। ଆମ ଦେଶର ହିନ୍ଦୁ ଓ ମୁସଲିମ ଭାଇଚାରାକୁ ଭାଙ୍ଗିବା ପାଇଁ ଷଡ଼ୟନ୍ତ୍ର ଆରମ୍ଭ କରିଛନ୍ତି। ଆମ ଦେଶର ନାଗରିକମାନଙ୍କୁ ଏହା କୌଣସି ମତେ ପ୍ରଭାବିତ କରୁନାହିଁ। ଖୋଦ୍ ଦେଶର ଗୃହମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଏ ନେଇ ଦେଶକୁ ଆଶ୍ବସ୍ତ କରିଛନ୍ତି। ତଥାପି ଅସନ୍ତୋଷର ବୀଜ ବୁଣୁଛିି କିଏ? ନାଗରିକତା ସଂଶୋଧନ ଆଇନ ବିରୋଧକୁ ନେଇ ଉଠୁଥିବା ସ୍ୱରକୁ ନେଇ ଦେଶରେ ଏକ ପ୍ରକାର ଅଶାନ୍ତ ପରିବେଶ ସୁଷ୍ଟି ହୋଇଛି। ଆଇନର ବିରୋଧ କେବଳ ରାଜନୈତିକ ଉଦ୍ଦେଶ୍ଯ ପ୍ରଣୋଦିତ।

ଅବଦୁଲ କାଲାମ , ସଲମାନ ଖାନ ଆଉ ଜାଭେଦ ଅକ୍ତର ସମସ୍ତେ ଆମର ।ଆମର ସବୁ ମୁସଲମାନ ଭାଇ ଭଉଣୀ ଆଉ କଲେଜ ଓ ସ୍କୁଲ ର ବନ୍ଧୁ ମାନେ ମଧ୍ଯ ଏଇ ଦେଶର ଓ ଆମର। ସମସ୍ତଙ୍କ ପରି ଆମେ ସବୁ ଭାରତୀୟ, ଏଥିପାଇଁ ଆମେ ଗର୍ବିତ । ଏମିତି ନୁହଁ ଯେ ଏହି ଯେ ଏହି ଆଇନ ହଠାତ୍ ଦେଶକୁ ଅଣାଯାଇଛି। କଂଗ୍ରେସ ମନମୋହନ ସିଂହ ଙ୍କ ସମୟରେ ୨୦୦୩,କମ୍ୟୁନିଷ୍ଟ ପାର୍ଟି ୨୦୧୨, ଆଉ ଏବେ ସଂସଦରେ ଆଗତ ବିଜେପି ଆଗତ କରିଲା। ରାଷ୍ଟ୍ରପତି ଙ୍କ ମୋହର ପରେ ଏହା ଆଜି ଆଇନ ରେ ପରିଣତ ହୋଇଛି। ଏହା ସମସ୍ତ ଦେଶବାସୀଙ୍କ ପାଇଁ। ଏଥିରେ ଭାରତର ମୂଳ ବାସିନ୍ଦା ଙ୍କ ର କୌଣିସି ପ୍ରଭାବ ପଡିବ ନାହିଁ। ଏହା ପ୍ରତାରିତଙ୍କୁ ନାଗରିକତା ଦେବା ପାଇଁ, କାହାର ନାଗରିକତା ନେବା ପାଇଁ ନୁହଁ ବୋଲି ଗୁହମନ୍ତ୍ରୀ କହିଛନ୍ତି।

ତେବେ ଏ ଦ୍ବନ୍ଦ୍ବ ସୃଷ୍ଟି କରିଛି କିଏ? ଅଶାନ୍ତି ର ନିଅାଁ ଲଗାଇଲା କିଏ? ମୋଦୀ ସରକାର ଗୋଟିଏ ଗୋଟିଏ କରି କଡା ପଦକ୍ଷେପ ନେଉଛନ୍ତି ବୋଲି ବିରୋଧୀ ଗୋଷ୍ଠୀ ଭୟଭୀତ ହୋଇ ମୋଦି ଛବିରେ ଦାଗ ଆଣିବା ପାଇଁ ଏପରି କରୁନି ତ? ଆମ ଦେଶର ନାଗରିକ, ଆସୁଥିବା ଶରଣାର୍ଥୀ ଙ୍କୁ ପରିଚୟ ମିଳିଲେ ଦେଶ ସୁରକ୍ଷିତ ରହିବ? ଆଉ ମନ୍ଦ ଉଦେଶ୍ଯ ରେ ଆସୁଥିବା ଅନୁପ୍ରବେଶକାରୀ ଙ୍କୁ ଚିହ୍ନଟ କରିବା ସହଜ ହେବ। ସେସବୁ ପାଇଁ ପ୍ରକ୍ରିୟା ଏହି ଆଇନରେ ରହିଛି। ତେବେ ରାଷ୍ଟ୍ରପତି ଙ୍କ ମୋହର ବାଜୁଣୁ ଆସାମ, ପଶ୍ଚିମ ବଙ୍ଗ ତଥା ଦିଲ୍ଲୀ ରେ କିଏ ବିଦ୍ରୋହ ର ନିଆଁ ଲଗାଇଛନ୍ତି।

ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅତ୍ଯନ୍ତ ମର୍ମାହତ ହୋଇ କହିଛନ୍ତି ମୋତେ ବିରୋଧ କରିବା ପାଇଁ ଯାଇ ଦେଶକୁ ବିରୋଧ କରନ୍ତୁ ନାହିଁ। ଜାତୀୟ ସଂପତ୍ତି କୁ ନଷ୍ଟ କରନ୍ତୁ ନାହିଁ ବୋଲି ଅନୁରୋଧ କରିଛନ୍ତି। ବିଷୟକୁ ନବୁଝି କାହା କଥାରେ ଭ୍ରମିତ ନହେବା ପାଇଁ ତଥା ଦେଶ ପ୍ରତି ନିଜ ଦାୟିତ୍ୱ ବୁଝିବା ପାଇଁ ଛାତ୍ର ସମାଜ କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ।

ଯଦି ଆମେ ଦେଖିବା ଏହାକୁ ସଂପୂର୍ଣ୍ଣ ଭାବେ ବୁଝିବା ଆଗରୁ ଦେଶରେ ବିଦ୍ବେଷର ନିଆଁ ଲଗାଯାଇଛି। ସିଏଏ କଣ?
୧. ବିଭାଜନ
ପ୍ରଥମ ଥର ଭାରତ ଆସିଥିବା ବ୍ରିଟିଶ ଓକିଲ Cyril Radcliffe ଙ୍କ ଦ୍ଵାରା ଭାରତ ଓ ପାକିସ୍ତାନର ବିଭାଜିତ ନକ୍ସା ତିଆରି ହେବା ପରେ, ୧୯୪୭ ଅଗଷ୍ଟ ମାସରେ ଭାରତ ବିଭାଜନ ହେଲା। Radcliffeଙ୍କୁ ବିଭାଜନ ନକ୍ସା ପ୍ରସ୍ତୁତ ପାଇଁ ସେ ମାଗିଥିବା ୬ ବର୍ଷ ସମୟ ପରିବର୍ତ୍ତେ ତାଙ୍କୁ ୪ ମାସ ସମୟ ଦିଆଯାଇଥିଲା।
୨. ଧର୍ମ ଆଧାରରେ ବିଭାଜନ
Radcliffe ଭାରତର ଅଧିବାସୀ, ସଂସ୍କୃତି ଓ ଇତିହାସ ବିଷୟରେ କିଛି ଜାଣି ନଥିଲେ, ଏଣୁ କିଛି ପ୍ରମୁଖ ରାଜନେତାଙ୍କ ମତକୁ ନେଇ ମୁସଲିମ ବହୁଳ ଅଞ୍ଚଳକୁ ପାକିସ୍ତାନ (ପୂର୍ବ ଓ ଉ.ପଶ୍ଚିମ) ଓ ହିନ୍ଦୁ ବହୁଳ ଅଞ୍ଚଳକୁ ଭାରତ କରିଦେଲେ। ଦୁଃଖର କଥା ଏଥିରେ ଭାରତୀୟ ରାଜନେତା ତାଙ୍କୁ ସମର୍ଥନ କରିଥିଲେ।
୩. ସଂଖ୍ୟଲଘୁ
ବିଭାଜନ ପରେ ଭୀଷଣ ମାର କାଟ ହେଲା, ଅନେକ ମୁସଲମାନ ପାକିସ୍ତାନ ଚାଲିଗଲେ ଓ ସେମିତି ସେ ଜାଗାରୁ ଅନେକ ହିନ୍ଦୁ ଓ ଅନ୍ୟାନ୍ୟ ଧର୍ମୀ ଭାରତ ଆସିଲେ। ଏସବୁ ସତ୍ତ୍ୱେ ପାକିସ୍ତାନରେ ଅନେକ ସଂଖ୍ୟ ଲଘୁ (ମୁସଲମାନ ବ୍ୟତୀତ) ଓ ଭାରତରେ ମଧ୍ୟ ଅନେକ ସଂଖ୍ୟଲଘୁ (ହିନ୍ଦୁ ବ୍ୟତୀତ) ରହିଲେ।
୪. ଧର୍ମନିରପେକ୍ଷତା
କ୍ରମେ ପାକିସ୍ତାନ, ପୂ. ପାକିସ୍ତାନ (ବଙ୍ଗଳାଦେଶ) ଓ ଆଫଗାନିସ୍ତାନ ନିଜ ନିଜ ସମ୍ବିଧାନରେ ନିଜକୁ ଇସଲାମ ରାଷ୍ଟ୍ର ବୋଲି ଘୋଷଣା କଲେ ଏବଂ ଭାରତ ନିଜର ଧର୍ମନିରପେକ୍ଷତା ବଜାୟ ରଖିଲା।
୫. ଲିଆକତ ନେହେରୁ ଚୁକ୍ତି
ଯେହେତୁ ବିଭାଜନ ପରେ ଉଭୟ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟ ରହିଲେ, ଏଣୁ ସେମାନଙ୍କୁ ସୁରକ୍ଷା ଓ ଅଧିକାର ଦେବାକୁ ଭାରତର ନେହେରୁ ଓ ପାକିସ୍ତାନର ଲିଆକତ ଅଲି ଖାନଙ୍କ ଭିତରେ ଶରଣାର୍ଥୀ ବିନିମୟ ଓ ସଂଖ୍ୟଲଘୁଙ୍କ ସୁରକ୍ଷା ପାଇଁ ଏକ ଚୁକ୍ତି ୧୯୫୦ ରେ ସ୍ଵାକ୍ଷର ହେଲା।
୬. ସଂଖ୍ୟାଲଘୁଙ୍କ ସଂଖ୍ୟା
ଚୁକ୍ତି ସ୍ୱାକ୍ଷର ହେବା ସତ୍ତ୍ୱେ ୧୯୪୭ରେ ସଂଖ୍ଯାଲଘୁଙ୍କ ସଂଖ୍ୟା ପାଖାପାଖି ଭାରତରେ ୧୮%, ପାକିସ୍ତାନରେ ୨୧% ଓ ବଙ୍ଗଳାଦେଶରେ ୧୯% ଥିବାବେଳେ, ୨୦୦୦ ମସିହା ସୁଦ୍ଧା ଏହି ସଂଖ୍ୟା ପାଖାପାଖି ଭାରତ ରେ ୨୧%, ପାକିସ୍ତାନରେ ୦.୮% ଓ ବାଙ୍ଗଳାଦେଶରେ ୮% ପ୍ରତିଶତରେ ପହଞ୍ଚିଲା।
୭. ଶରଣାର୍ଥୀ
ତଥ୍ୟନୁଯାୟୀ ପଡୋଶୀ ରାଷ୍ଟ୍ରରେ ସଂଖ୍ଯାଲଘୁଙ୍କୁ ଧର୍ମାନ୍ତରୀକରଣ, ଗଣହତ୍ୟା ଓ ବିତାଡିତ କରାଗଲା ଫଳରେ ଉଭୟ ପଟୁ ସେମାନେ ଭାରତକୁ ଶରଣାର୍ଥୀ ଭାବରେ ପ୍ରବେଶ କରିବାରେ ଲାଗିଲେ। ପ୍ରବେଶ କଲାପରେ ଶରଣାର୍ଥୀ ଆଶ୍ରୟ ସ୍ଥଳରେ ଶରଣାର୍ଥୀ ଭାବରେ ପଡିରହିଲେ।
୮. ନାଗରିକତା ସଂଶୋଧନ
୨୦୧୯ ନାଗରିକତା ସଂଶୋଧନ ନିୟମ ଅନୁସାରେ, ପାକିସ୍ତାନ, ବଙ୍ଗଳାଦେଶ ଓ ଆଫଗାନିସ୍ତାନର ସେହି ସଂଖ୍ଯାଲଘୁ ମାନେ ଯିଏ ଦଶନ୍ଧି ଧରି ଅତ୍ୟାଚାର ସହି ଭାରତକୁ ପଳାୟନରେ କରି ଅଛନ୍ତି ସେମାନଙ୍କୁ ଭାରତ ନିଜର ନାଗରିକତା ସହ ସମ୍ମାନର ସହ ବଞ୍ଚିବାର ଅଧିକାର ଦେବ।
୯. ଭାରତୀୟ ସଂଖ୍ଯାଲଘୁ
ଏ ଆଇନ ସହ ଭାରତୀୟ ସଂଖ୍ଯାଲଘୁଙ୍କର କୌଣସି ସମ୍ପର୍କ ନାହିଁ । ବିଭାଜନ ପରେ ଯେଉଁ ମାନେ ଭାରତରେ ରହିବାକୁ ସ୍ଥିର କରିଥିଲେ ସେଭଳି ଭାରତୀୟ ନାଗରିକତା ବହନ କରୁଥିବା ଯେକୌଣସି ସମ୍ପ୍ରଦାୟର ବ୍ୟକ୍ତିଙ୍କ ଠାରୁ କେହି ବି ନାଗରିକତା ଛଡାଇ ପାରିବେ ନାହିଁ ।
୧୦. ଶରଣାର୍ଥୀ ମୁସଲମାନ
ଶରଣାର୍ଥୀ ମୁସଲମାନ ମାନେ ଯେହେତୁ ପଡୋଶୀ ଦେଶରେ ସଂଖ୍ୟଲଘୁ ନୁହନ୍ତି, ସେମାନଙ୍କୁ ତଡିଦିଆଯାଇଥିବା ଯୁକ୍ତି ଉପଯୁକ୍ତ ନୁହେଁ । ତଥାପି ସେମାନଙ୍କୁ ଭାରତରୁ ତଡି ଦିଆଯିବନି ସେମାନେ ଯେଉଁଭଳି ଆଗରୁ ଶରଣାର୍ଥୀ ହୋଇ ରହୁଥିଲେ ସେହିଭଳି ଆଶ୍ରୟସ୍ଥଳୀରେ ଶରଣାର୍ଥୀ ହେଇ ରହିବେ। ସ୍ୱତନ୍ତ୍ର ସ୍ଥଳେ ନାଗରିକତା ମିଳିପାରେ ।
୧୧. ନାଗରିକତା ନିମନ୍ତେ
ପଡୋଶୀ ଦେଶରୁ ଆସିଥିବା ସଂଖ୍ଯାଲଘୁ ମାନଙ୍କୁ ନାଗରିକତା ଦେବାକୁ କିଛି ନିୟମାବଳୀ ରହିଛି, ଯେପରିକି –
କ. ସେମାନେ ୩୧ ଡିସେମ୍ବର, ୨୦୧୪ ପୂର୍ବରୁ ଭାରତ ଆସିଥିବେ ।
ଖ. ଭାରତରେ ଅନ୍ୟୁନ ୬ ବର୍ଷ ରହିଥିବେ ।
ଗ. ଆସିଥିବା ଦେଶରେ ବିତାଡନ/ଉତ୍ପୀଡନର ଶିକାର ହୋଇଥିବେ ।