ସି ଭୋଟର ଓପିନିଅନ୍ ପୋଲ୍ ସର୍ଭେ , ବାଜି ମାରିପାରେ କଂଗ୍ରେସ !

ଭୁବନେଶ୍ବର :  ସି ଭୋଟର ଓପିନିଅନ୍ ପୋଲ୍ ସର୍ଭେ ଅନୁଯାୟୀ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ବାଜି ମାରିପାରେ କଂଗ୍ରେସ । ସେପଟେ ତେଲେଙ୍ଗାନାରେ ମଧ୍ୟ କଂଗ୍ରେସ-ଟିଡିପି ମେଣ୍ଟକୁ ମିଳିପାରେ ବହୁମତ । ତେବେ ଛତିଶଗଡରେ କଂଗ୍ରେସ ଏବଂ ବିଜେପି ଭିତରେ କଡା ଟକ୍କର ହେବାର ସମ୍ଭାବନା ରହିଛି । ସର୍ଭେ ଅନୁଯାୟୀ କଂଗ୍ରେସକୁ ରାଜସ୍ଥାନରେ ବହୁମତ ମିଳିପାରେ ତେବେ ମଧ୍ୟପ୍ରଦେଶରେ ମଧ୍ୟ ଆଗୁଆ ରହିପାରେ କଂଗ୍ରେସ । ୪ରାଜ୍ୟରେ ନିର୍ବାଚନ ନେଇ ଜୋରସୋର ପ୍ରଚାର ଚାଲିଥିବା ବେଳେ ଆସିଛି ସି-ଭୋଟର ସର୍ଭେ ରିପୋର୍ଟ । ଏହା ଅନୁଯାୟୀ ରାଜସ୍ଥାନରେ କଂଗ୍ରେସକୁ ମିଳିପାରେ ୧୪୫ ଆସନ ଏବଂ ବିଜେପିକୁ ମିଳିପାରେ ୪୫ ଆସନ । କଂଗ୍ରେସ ଖାତାରେ ଯାଇପାରେ ୩୯.୭ ଭୋଟ ପ୍ରତିଶତ ଏବଂ ବିଜେପି ଖାତାରେ ଯାଇପାରେ ୪୭.୯ ପ୍ରତିଶତ ଭୋଟ ।

ରାଜସ୍ଥାନରେ କଂଗ୍ରେସକୁ ମିଳିପାରେ ୧୪୫ ଆସନ

ବିଜେପିକୁ ମିଳିପାରେ ୪୫

ବିଜେପି ଖାତାରେ ଯାଇପାରେ ୪୭.୯ ପ୍ରତିଶତ ଭୋଟ

କଂଗ୍ରେସ ଖାତାରେ ଯାଇପାରେ ୩୯.୭ ଭୋଟ

ମଧ୍ୟପ୍ରଦେଶରେ କଂଗ୍ରେସକୁ ୪୨.୩ ପ୍ରତିଶତ ସହ ୧୧୭ ଆସନ

ବିଜେପିକୁ ୪୧.୫ପ୍ରତିଶତ ଭୋଟ ସହ ୧୦୭ ଆସନ

ତେଲେଙ୍ଗାନାରେ କଂଗ୍ରେସ-ଟିଡିପିକୁ ମିଳିପାରେ ୬୪ ଆସନ

ଛତିଶଗଡରେ କଂଗ୍ରେସ ପାଇପାରେ ୪୨.୨ପ୍ରତିଶତ

ବିଜେପି ପାଇପାରେ ୪୧.୬ ପ୍ରତିଶତ ଭୋଟ

ମଧ୍ୟପ୍ରଦେଶରେ କଂଗ୍ରେସକୁ ୪୨.୩ ପ୍ରତିଶତ ଭୋଟ ସହ ୧୧୭ ଆସନ ଏବଂ ବିଜେପିକୁ ୪୧.୫ପ୍ରତିଶତ ଭୋଟ ସହ ୧୦୭ ଆସନ ଦେଇଛି ସି-ଭୋଟର ଓପିନିଅନ ପୋଲ୍ ସର୍ଭେ । ତେଲେଙ୍ଗାନାରେ କଂଗ୍ରେସ-ଟିଡିପିକୁ ମିଳିପାରେ ୬୪ ଆସନ । ଛତିଶଗଡରେ ସର୍ଭେ ଅନୁଯାୟୀ କଂଗ୍ରେସକୁ ୪୧ ଏବଂ ବିଜେପିକୁ ୪୩ ଆସନ ମିଳିପାରେ । ତେବେ ଛତିଶଗଡରେ କଂଗ୍ରେସ ପାଇପାରେ ୪୨.୨ପ୍ରତିଶତ ଭୋଟ ଏବଂ ବିଜେପି ପାଇପାରେ ୪୧.ପ୍ରତିଶତ ଭୋଟ । ତେବେ ମିଜୋରାମ୍ ରେ କୌଣସି ଦଳକୁ ବହୁମତ ମିଳିନପାରେ । ମିଜୋ ନାସନାଲ୍ ଫ୍ରଣ୍ଟ ଆଗୁଆ ରହିପାରେ । ନଭେମ୍ବର ୧୨ରୁ ଡିସେମ୍ବର ୭ଭିତରେ ୪ଟି ରାଜ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଭୋଟ ହେବ । ଡିସେମ୍ବର ୧୧ରେ ଭୋଟ ଗଣତି ହେବ ।