ଦୁନିଆର ସର୍ବଶ୍ରେଷ୍ଠ ସିଇଓଙ୍କ ସୂଚୀରେ ୩ ଭାରତୀୟ ବଂଶୋଦ୍ଭବ

ନୂଆଦିଲ୍ଲୀ:ଭାରତୀୟ ବଂଶୋଦ୍ଭବମାନେ ଦୁନିଆର ବଡ ବଡ କମ୍ପାନୀର ନା କେବଳ ଶୀର୍ଷ ସ୍ଥାନରେ ଅଛନ୍ତି, ବରଂ ନିଜର ଦକ୍ଷତାରେ ସାରା ବିଶ୍ୱକୁ ନିଜକୁ ଅନୁସରଣ କରିବାକୁ ବାଧ୍ୟ କରିଛନ୍ତି । ତିନି ଜଣ ଭାରତୀୟ ବଂଶୋଦ୍ଭବ ସାନ୍ତନୁ ନାରାୟଣ, ଅଜୟ ବାଙ୍ଗ ଏବଂ ସତ୍ୟ ନଡେଲାଙ୍କୁ ଦୁନିଆରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ୧୦ ଜଣ ସିଇଓଙ୍କୁ ସୂଚୀରେ ସାମିଲ କରାଯାଇଛି । ଏହି ସୂଚୀ ହାର୍ବର୍ଡ ବିଜନେସ ରିଭ୍ୟୁ ପ୍ରସ୍ତୁତ କରିଛି ।

ଏଚବିଆର ଦ୍ୱାରା ତିଆରି କରାଯାଇଥିବା “ଦ ବେଷ୍ଟ-ପରଫର୍ମିଂ ସିଇଓ ଇନ ଦି ୱାର୍ଲଡ, ୨୦୧୯”ର ସୂଚୀରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ୧୦୦ ଜଣ ସିଇଓଙ୍କୁ ସାମିଲ କରାଯାଇଛି ଏବଂ ଏଥିରେ ଆମେରିକାର ଟେକ୍ନୋଲଜି କମ୍ପାନୀ ଏନବିଡିଆର ସିଇଓ ଜେନସେନ ହୁୱାଙ୍ଗ ଶୀର୍ଷ ସ୍ଥାନରେ ରହିଛନ୍ତି ।

ଓଡୋବର ସାନ୍ତନୁ ନାରାୟଣ ସୂଚୀର ଷଷ୍ଠ ସ୍ଥାନରେ ରହିଛନ୍ତି ଏବଂ ମାଷ୍ଟରକାର୍ଡର ସିଇଓ ୱାଙ୍ଗ ସପ୍ତମ ସ୍ଥାନରେ ରହିଛନ୍ତି । ମାଇକ୍ରୋସଫ୍ଟର ପ୍ରମୁଖ ସତ୍ୟ ନଡେଲା ସୂଚୀର ୯ ସ୍ଥାନରେ ରହିଛନ୍ତି । ସୂଚୀରେ ଭାରତରେ ଜନ୍ମ ଗ୍ରହଣ କରିଥିବା ଡିବିଏସର ସିଇଓ ପୀୟୁଷ ଗୁପ୍ତା ୮୯ ତମ ସ୍ଥାନ ରହିଛନ୍ତି ।

ଆପଲର ସିଇଓ ଟିମ୍‌ କୁକ ସୂଚୀର ୬୨ ତମ ସ୍ଥାନରେ ରହିଛନ୍ତି । ଏଚବିଆରର ଏହି ସୂଚୀରେ ନାଇକର ସିଇଓ ମାଇକ ପାର୍କର ୨୦, ଜେପୀ ମାର୍ଗନ ଚେଜର ମୁଖ୍ୟ ଜେମୀ ଡିମୋନ ୨୩ ନମ୍ୱର, ଲକହୀଡ ମାର୍ଟିନର ସିଇଓ ମେରିଲିନ ହୁସନ ୩୭ ନମ୍ୱର, ଡିଜନୀର ସିଇଓ ରବର୍ଟ ଇଗର ୫୫ ତମ ତଥା ସଫ୍ଟବ୍ୟାଙ୍କର ମୁଖ୍ୟ ମାସାଯୋଶୀ ସନ ୯୬ ସ୍ଥାନରେ ରହିଛନ୍ତି ।

ଆମାଜନର ସିଇଓ ଜେଫ ବେଜୋସ ଏହି ସୂଚୀରେ ୨୦୧୪ ପରଠାରୁ କେବଳ ଆର୍ଥିକ ପ୍ରଦର୍ଶନ ଆଧାରରେ ସୂଚୀର ଶୀର୍ଷରେ ରହି ଆସୁଥିଲେ । କିନ୍ତୁ ଚଳିତ ବର୍ଷ ଆମାଜନର ଇଏସଜୀ ସ୍କୋର ବହୁତ କମ ରହିଛି ଏବଂ ସେ ସୂଚୀରେ ସ୍ଥାନ ମଧ୍ୟ ପାଇ ପାରିଲେନି ।