ଗ୍ରୀନ ଜୋନରେ ଚାଲିବ ବସ; ସରକାର କରୁଛନ୍ତି ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟର ସବୁ ଗ୍ରୀନ୍ ଜୋନରେ ଖୁବ୍ ଶୀଘ୍ର ଗଡିବ ବସ୍ । ନିଷ୍ପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେବେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଗତକାଲି ଘରୋଇ ବସ ଚଳାଇବା କଷ୍ଟକର, ମାଲିକ କ୍ଷତି ସହିବେ ବୋଲି ସଂଘ କହିବା ପରେ ଏନେଇ ଅଧିକ ବିଚାର ବିମର୍ଷ ଚଳାଇଛନ୍ତି ରାଜ୍ୟ ସରକାର। ପରିବହନ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କ ସହିତ ବୈଠକରେ ଆଲୋଚନା କରିଛନ୍ତି।

ବୈଠକରେ ପରେ ଏକ ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଯାଇଛି । ମୁଖ୍ୟମନ୍ତ୍ରୀ ଏନେଇ ନିଷ୍ପତି ନେବେ ବୋଲି କହିଛନ୍ତି ମନ୍ତ୍ରୀ । ତେବେ ସିଟ୍‌ ପିଛା କ୍ଷତିପୂରଣ ବାବଦ ଅର୍ଥ ରାଜ୍ୟ ସରକାର ବହନ କରିପାରନ୍ତି ବୋଲି ଏହି ପ୍ରସ୍ତାବରେ ଉଲ୍ଲେଖ ଥିବା ସୂଚନା ମିଳିଛି ।